Categories: ଜାତୀୟ

ଅଟୋରେ ‘ଆଇ ଲଭ୍‌ କେଜରିଓ୍ବାଲ’ ଲେଖା ହୋଇଥିବାରୁ କଟିଲା ଚାଲାଣ: ହାଇକୋର୍ଟ ମାଗିଲେ ଜବାବ

ନୂଆଦିଲ୍ଲୀ,୨୮।୧: ଅଟୋରେ ‘ଆଇ ଲଭ୍‌ କେଜରିଓ୍ବାଲ’ ଷ୍ଟିକର ଲଗାଯିବା ମାମଲାରେ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଶୁଣାଣି କରିଛନ୍ତି। ଶୁଣାଣି ସମୟରେ କୋର୍ଟ ଦିଲ୍ଲୀ ସରକାର, ଟ୍ରାଫିକ୍‌ ପୋଲିସ ଓ ନିର୍ବାଚନ କମିଶନରଙ୍କୁ ନୋଟିସ ଜାରି କରି ଜବାବ ତଲବ କରିଛନ୍ତି। ସୂଚନାଯୋଗ୍ୟ, ଜଣେ ଅଟୋ ଚାଳକ ନିଜ ଅଟୋରେ ‘ଆଇ ଲଭ୍‌ କେଜରିଓ୍ବାଲ’ର ଷ୍ଟିକର ଲଗାଇଥିଲେ। ଅଟୋଟି ରାସ୍ତାରେ ଯାଉଥିବା ବେଳେ ଟ୍ରାଫିକ୍‌ ପୋଲିସ ତାଙ୍କର ୧୦ହଜାର ଟଙ୍କାର ଚାଲାଣ କାଟିଥିଲେ। ଏନେଇ ଉକ୍ତ ଅଟୋ ଚାଳକ ହାଇକୋର୍ଟରେ ଏକ ଆବେଦନ କରିଥିଲେ। ଟ୍ରାଫିକ୍‌ ପୋଲିସ କେଉଁ ନିୟମ ଆଧାରରେ ତାଙ୍କର ଚାଲାଣ କାଟିଲା ବୋଲି ସେ ଏହି ଆବେଦନରେ ଉଲ୍ଲେଖ କରିଛନ୍ତି। ତେବେ ଏହି ମାମଲାର ଆଗାମୀ ଶୁଣାଣି ମାର୍ଚ୍ଚ ୩ରେ କରାଯିବ। ସେହି ଦିନ ଟ୍ରାଫିକ୍‌ ପୋଲିସ କେଉଁ ନିୟମ ଉଲ୍ଲଂଘନ ଆଧାରରେ ଚାଲାଣ କାଟିଲେ ସେନେଇ ନିଜର ଜବାବ ରଖିବେ।

Share