ଅଟୋରେ ଗଲେ ମଲାଇକା

ମୁମ୍ବାଇ: ବଲିଉଡ୍‌ ଫିଟ୍‌ନେସ୍‌ କୁଇନ୍‌ ମଲାଇକା ଆରୋରା ଏବେ ଲକ୍ଜରିୟସ କାର୍‌ ଛାଡି ଅଟୋରେ ଯାତ୍ରା କରିଛନ୍ତି। ନିଜର ଷ୍ଟାଇଲିସ୍‌ ଲୁକ୍‌ ପାଇଁ ଚର୍ଚ୍ଚାରେ ରହୁଥିବା ମଲାଇକାଙ୍କ ଅଟୋ ରାଇଡ୍‌ ଏବେ ଆସିଛି ଚର୍ଚ୍ଚାକୁ। ସେ ନିଜ ମା’ଙ୍କ ସହ ଅଟୋରେ ଯାଉଥିବାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ହ୍ବାଇଟ୍‌ କଷ୍ଟ୍ୟୁମ ସହ ହ୍ୟାଟ ପିନ୍ଧିଥିବା ମଲାଇକା ଅଟୋରେ ଯାତ୍ରା କରିବା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଅବଶ୍ୟ ଅଧିକାଂଶ ସମୟରେ ତାଙ୍କର ବୋଲ୍ଡ ଫଟୋଶୁଟ୍‌କୁ ନେଇ ମଧ୍ୟ ସେ ଆସିଥାଆନ୍ତି ଚର୍ଚ୍ଚାକୁ। ଏବେ ରିଲେସନଶିପକୁ ନେଇ ଚର୍ଚ୍ଚାରେ ରହୁଥିବା ମଲାଇକା ପୁଣି ଥରେ ଆଟ୍ରାକଶନର କେନ୍ଦ୍ରବିନ୍ତୁ ପାଲଟିଛନ୍ତି। ଅବଶ୍ୟ ଅର୍ଜୁନ କପୁରଙ୍କ ସହ ତାଙ୍କର ରିଲେସନଶିକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥିବା ସମସ୍ତେ ଜାଣନ୍ତି। ଏମାନଙ୍କୁ ଅନେକ ଥର ସ୍ପଟ ମଧ୍ୟ କରାଯାଇଛି। ହେଲେ ଏମାନେ କେବେ ବିବାହ କରୁଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁ ନାହିଁ।

Share