Categories: ବାଣିଜ୍ୟ

ଅଟୋ ଉଦ୍ୟୋଗରେ ମାନ୍ଦାବସ୍ଥା;ଇ-ଯାନ ନୀତି ଲାଗୁ ନେଇ ସରକାରଙ୍କ ପଛଘୁଞ୍ଚା

ନୂଆଦିଲ୍ଲୀ,୨୧-୮: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଛାଇ ଯାଇଥିବାରୁ ଦେଶର ଅର୍ଥନୀତି ଉପରେ ଏହାର ଗଭୀର ପ୍ରଭାବ ପଡିବା ଆରମ୍ଭ ହୋଇଛି। ଏହାକୁ ଦେଖି କେନ୍ଦ୍ର ସରକାର ଭୟଭୀତ ହୋଇଛନ୍ତି। ଦେଶରେ ଇଲେକ୍ଟ୍ରିଯାନ ପ୍ରଚଳନ ଲାଗି ସରକାର ତରବରିଆ ନିଷ୍ପତ୍ତି ନେଇଥିଲେ। ଏବେ ଏହାକୁ ଧିମେଇ ଦେବା ଲାଗି ଆଗଭର ହେଲେଣି। ମିଡିଆ ରିପୋର୍ଟ ଅନୁଯାୟୀ, ୨୦୨୩ ପରେ ଇଣ୍ଟରନାଲ କମ୍ବଶନ ଇଞ୍ଜିନ(ଆଇସିଇ)ଥିବା ତିନି ଚକିଆ ଓ ୧୫୦୦ ସିସିର ଇଞ୍ଜିନ ଥିବା ଦୁଇଚକିଆ ଗାଡ଼ି ବିକ୍ରି ଉପରେ କଟକଣା ଲଗାଇବାକୁ ସରକାର ଚିନ୍ତା କରୁଥିଲେ। ଏବେ ଏଥିରୁ ଓହରି ଆସିବାକୁ ସରକାର ଚାହୁଁଛନ୍ତି। ସମ୍ପୂର୍ଣ୍ଣ ଅଟୋ ସେକ୍ଟରକୁ ବାଧା ନ ପହଞ୍ଚାଇ ଧୀରେ ଧୀରେ ଇଲେକ୍ଟ୍ରିକ ଯାନ ପ୍ରଚଳନ କରିବା ଲାଗି ସରକାରଙ୍କ ଗୋଟିଏ ପକ୍ଷ ପ୍ରସ୍ତାବ ଦେଇଛନ୍ତି।

Share