Categories: ଗଞ୍ଜାମ

ଅଟୋ ଓଲଟି ୬ ଶ୍ରମିକ ଆହତ

ହିଞ୍ଜିଳିକାଟୁ,୨୪ା୯(ଡି.ଏନ୍‌.ଏ.) -ହିଞ୍ଜିଳି ଥାନା ପୋଚିଲିମା ଛକରେ ସୋମବାର ସନ୍ଧ୍ୟାରେ ଭାରସାମ୍ୟ ହରାଇ ଏକ ଡ଼ାଲା ଅଟୋ ଓଲଟି ପଡ଼ିବାରୁ ଏଥିରେ ଥିବା ୬ ଜଣ ମହିଳା ଶ୍ରମିକ ଆହତ ହୋଇଛନ୍ତି। ସେମାନେ ହେଲେ ହିଞ୍ଜିଳି ଥାନା ପୋଚିଲିମା ଗ୍ରାମର ନର୍ମଦା ଦାସ (୧୮), ମନିଷା ଦାସ (୧୮), ବବି ଦାସ (୩୦), ମୋନାଲିସା ଦାସ (୧୮), ତମାଳ ଦାସ(୫୫) ଓ ମାମିନି ଦାସ(୧୮)। ଆହତ ମହିଳା ଶ୍ରମିକମାନେ ହିଞ୍ଜିଳିକାଟୁରୁ ଏକ ଡ଼ାଲା ଅଟୋରେ କାମ ସାରି ଘରକୁ ଫେରୁଥିଲେ। ପୋଚିଲିମା ଛକରେ ଅଟୋଟି ରାସ୍ତା ପାର୍ଶ୍ୱ ବିଲ ଭିତରକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ମାମିନି ଓ ବବିଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ପୋଲିସ ପହଞ୍ଚତ୍ ଘଟଣାର ତଦନ୍ତ ଚଳାଇଛି।