ଅଟୋ, ଟ୍ୟାକ୍ସି ଚାଳକ ପାଇଲେ ଖାଦ୍ୟ ସାମଗ୍ରୀ

ବଲାଙ୍ଗୀର ଅଫିସ,୨୨ା୪: ବଲାଙ୍ଗୀର ସହର ମଧ୍ୟରେ ଚାଲୁଥିବା ଅଟୋ ଓ ଟ୍ୟାକ୍ସି ଚାଳକମାନେ ମାସେ ହେଲା ଘରେ ବସିଛନ୍ତି। ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଏମାନଙ୍କ ପାଇଁ ନିଜ ବିଧାୟକ ପାଣ୍ଠିରୁ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିଛନ୍ତି ା ପୌର ପରିଷଦ ଜରିଆରେ ଏମାନଙ୍କୁ ଚାଉଳ, ଅଟା, ଡାଲି, ଖାଇବା ତେଲ ଆଦି ଦିଆଯାଇଛି। ସହରର ପାଟଣା ଛକରେ ୨୮ ଜଣ ପରିବାର, ଦୁର୍ଗା ମଣ୍ଡପ ଷ୍ଟାଣ୍ଡରେ ୯୦ ଜଣ ପରିବାର, ମେଡିକାଲ ଛକ ପ୍ରଥମ ଓ ଦ୍ୱିତୀୟ ଷ୍ଟାଣ୍ଡରେ ଯଥାକ୍ରମେ ୩୧ ଓ ୨୫ ପରିବାର ସହ ଗାନ୍ଧୀ ନଗର ପଡା ଷ୍ଟାଣ୍ଡରେ ୯୪ ଜଣ ପରିବାରଙ୍କୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପଙ୍କ ଉପସ୍ଥିତିରେ ଏହା ବଣ୍ଟନ କରାଯାଇଛି।