ଅଟୋ-ବାଇକ୍‌ ଧକ୍କା, ସରପଞ୍ଚଙ୍କ ମୃତ୍ୟୁ

ଭୋଗରାଇ, ୮।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅଧୀନ କମର୍ଦ୍ଦା ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ସେଠୀ (୪୮) ଶୁକ୍ରବାର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ତାଙ୍କ ମୃତ୍ୟୁରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
କମର୍ଦ୍ଦା ସରପଞ୍ଚ ଏକ ବାଇକ୍‌ ଯୋଗେ ଚନ୍ଦନେଶ୍ୱରରୁ ଘରକୁ ଫେରୁଥିବା ବେଳେ ଜଗନ୍ନାଥପୁର ନିକଟ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ବିପରୀତ ଦିଗରୁ ଆସୁଥିବା ଏକ ଆଳୁ ବୋଝେଇ ଟ୍ରକ୍‌ ସହିତ ମୁହାଁମୁହଁି ଧକ୍କା ହୋଇଥିଲା। ସରପଞ୍ଚଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ୧୦୮ ଯୋଗେ ପ୍ରଥମେ ଜଳେଶ୍ୱରପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ସରପଞ୍ଚଙ୍କ ମୃତ୍ୟୁରେ କମର୍ଦ୍ଦା ପଞ୍ଚାୟତ କାର୍ଯ୍ୟାଳୟରେ ଶୋକସଭା କରାଯାଇଥିଲା। ଏଥିରେ ବିଧାୟକ ଅନନ୍ତ ଦାସ, ବ୍ଲକ ଚେୟାରମ୍ୟାନ ମଞ୍ଜୁରାଣୀ ବେହେରାଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି। ସରପଞ୍ଚଙ୍କ ମୃତ୍ୟୁରେ କମର୍ଦ୍ଦା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।