Categories: କନ୍ଧମାଳ

ଅଟୋ-ବାଇକ୍‌ ମୁହାଁମୁହିଁ, ଯୁବକ ମୃତ

ଫିରିଙ୍ଗିଆ, ୧୧ା୩- ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତ ଉରକିଆ ଛକ ନିକଟରେ ବୁଧବାର ବାଇକ ଓ ଅଟୋରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ସେ ହେଲେ ଫିରିଙ୍ଗିଆ ଥାନା ଜଜେଶପଙ୍ଗା ଗ୍ରାମ ଓଡ଼ିଆ ସାହିର ଚକ୍ରଧର ସାହୁ ।
ଚକ୍ରଧର ରାଇକିଆ ମେଡ଼ିକାଲରେ ମ୍ୟାଲେରିଆ ବିଭାଗରେ କାମ କରୁଥିଲେ। ବୁଧବାର ସକାଳ ପ୍ରାୟ ୯ଟାରେ ନିଜ ଆଈ ସୁଲୋଚନା ସାହୁଙ୍କ ମୃତ୍ୟୁ ଖବରପାଇ ରାଇକିଆରୁ ବାଇକ୍‌ରେ ନିଜ ଗ୍ରାମକୁ ଆସୁଥିଲେ । ଉରକିଆଛକ ନିକଟସ୍ଥ ବୁଲାଣିରେ ଏକ ଅଟୋ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଚକ୍ରଧର ଗୁରୁତର ଆହତ ଆହତ ହୋଇଥିଲେ। ଆମ୍ବୁଲାନ୍ସରେ ତାଙ୍କୁ ତୁରନ୍ତ ସାରଙ୍ଗଗଡ଼ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଫିରିଙ୍ଗିଆ ଥାନାଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଏ ନେଇ ଥାନାରେ ନଂ.୨୧/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଦୁର୍ଘଟଣା ଘଟାଇ ଅଟୋଚାଳକ ଫେରାର ହୋଇଯାଇଛନ୍ତି।