Categories: କନ୍ଧମାଳ

ଅଟୋ-ବୋଲେରୋ ଧକ୍କା: ଜଣେ ମୃତ

ଜି.ଉଦୟଗିରି,୨୧ା୧(ଡି.ଏନ.ଏ.)-ଜି.ଉଦୟଗିରି ସହରର ଡୁଗୁଡ଼ି ଶଙ୍ଖ ସାହି ରାସ୍ତାରେ ସୋମବାର ଏକ ଅଟୋ ସହ ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଅଡ଼ାସକୁପା ଗ୍ରାମର କିଶୋର ପ୍ରଧାନ। ଅଟୋ ଚାଳକ ଜି.ଉଦୟଗିରିର ପଙ୍କଜ ପଟ୍ଟନାୟକ, ନନ୍ଦଗିରିର ନିଲିମା ମଲିକ ଓ କଳିଙ୍ଗାର ସାଗରିକା ମଲିକ ଗୁରୁତର ହୋଇଛନ୍ତି। ବୋଲେରୋ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖିଛି।
ପ୍ରକାଶ ଯେ, ଅପରାହ୍ନରେ ଅଟୋ ଯାତ୍ରୀଙ୍କୁ ନେଇ କଳିଙ୍ଗା ଅଭିମୁଖେ ଯାଉଥିବା ବେଳେ ବିପରୀତ ପଟୁ ବୋଲେରୋ ଆସି ଡୁଗୁଡ଼ି ଶଙ୍ଖ ସାହି ମଝିରେ ଧକ୍କା ଦେଇ ଏକ ଇଟାଗଦାରେ ପିଟି ହୋଇଯାଇଥିଲା। ଆହତଙ୍କୁ ଉଦ୍ଧାର କରାଯାଇ ଜି.ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର କିଶୋରଙ୍କୁ ମୃତ ଘୋଷଣା କରିଥିଲେ। ପଙ୍କଜ ଓ ନିଲିମାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସାଗରିକାଙ୍କୁ ଫୁଲବାଣୀ ହସ୍ପିଟାଲକୁ ପଠାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଥିବା ଏଏସ୍‌ଆଇ ସୁବାସ ପ୍ରଧାନ କହିଛନ୍ତି।