Categories: ଜାତୀୟ

ଅଟୋ ସହ ଧକ୍କା ହେବା ପରେ କୂଅରେ ପଡ଼ିଲା ବସ୍‌: ୧୧ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ନାସିକ୍‌,୨୮।୧: ମହାରାଷ୍ଟ୍ରର ନାସିକ୍‌ ଅନ୍ତର୍ଗତ ଦେଓଲା ଅଞ୍ଚଳରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମାଲାଗାଓଁରୁ କଲଓ୍ବାନ୍‌ ଯାଉଥିବା ଏକ ବସ୍‌ ଅଟୋ ସହ ଧକ୍କା ଖାଇ କୂଅ ଭିତରକୁ ପଶିଯାଇଛି। ଫଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ବସ୍‌ର ପଛ ଟାୟାର ପଂକ୍ଚର ହୋଇଯିବା ହେତୁ ଡ୍ରାଇଭର ଜଣଙ୍କ ଭାରସାମ୍ୟ ହରାଇଥିଲେ। ଅଟୋ ଧକ୍କା ଖାଇ ପ୍ରଥମେ କୂଅରେ ପଡ଼ିଥିଲା। ଏହା ଉପରେ ବସ୍‌ଟି ପଡ଼ିଥିଲା। ଏଣୁ ଅଟୋରେ ଥିବା ସମସ୍ତ ୭ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେହିଭଳି ବସ୍‌ରେ ଥିବା ୪ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଆହତମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକଙ୍କ ସଂଖ୍ୟା ବଢ଼ିବା ସମ୍ଭାବନା କରାଯାଉଛି।

Share