ଅଟୋ ସହ ୨୦ ବସ୍ତା ଗଞ୍ଜେଇ, ଭାଙ୍ଗ ଜବତ

ସୋରଡ଼ା,୩ା୧୦(ଡି.ଏନ୍‌.ଏ.): ବଡ଼ଗଡ଼ ଥାନା ଗାଙ୍ଗପୁର ଗ୍ରାମରୁ ଅବକାରୀ ବିଭାଗ ଚଢାଉ କରି ଏକ ଅଟୋରେ ଲୋଡ ହୋଇଥିବା ୨୦ ବସ୍ତା (୬କୁଇଣ୍ଟାଲ) ଗଞ୍ଜେଇ ଭାଙ୍ଗ ଜବତ କରିଛି। ବିଭାଗୀୟ ଅତିରିକ୍ତ ଅଧିକ୍ଷକ ଅଭିରାମ ବେହେରାଙ୍କ ସୂଚନା ଅନୁଯାୟୀ ବଡ଼ଗଡ଼ ବନବିଭାଗ କର୍ମଚାରୀ ଗାଙ୍ଗଫୁର ଗ୍ରାମ ମଧ୍ୟରେ ଗୋଟିଏ ଅଟୋରେ ଗଞ୍ଜେଇ ବସ୍ତା ଲୋଡ ହୋଇଥିବା ଦେଖି ବଡ଼ଗଡ଼ ଥାନାଧିକାରୀଙ୍କୁ ଜଣାଇଥିଲେ। ବଡ଼ଗଡ଼ ଥାନା ତରଫରୁ ଅବକାରୀ ବିଭାଗକୁ ଖବର ଦିଆଯାଇଥିଲା। ବିଭାଗୀୟ ଭାରପ୍ରାପ୍ତ ଅଧିକାରୀ ମୋହନ ପ୍ରଧାନ, ଭ୍ରାମ୍ୟମାଣ ଅଧିକାରୀ ଗଙ୍ଗା ପାଇକରାୟ, ଏସ୍‌ଆଇ ଦୁର୍ଯ୍ୟୋଧନ ଦିଗାଲଙ୍କ ସମେତ ଏକ ଦଳ ସେଠାରେ ଚଢାଉ କରିଥିଲେ। ଗାଡ଼ି (ନଂ. ଓଡି ୨୫ଏଫ୍‌୫୬୦୦)ରୁ ଗଞ୍ଜେଇ ଜବତ କରିଥିବାବେଳେ ଏଥିରେ ଚାଳକ ନ ଥିଲେ।