ଅଟୱାଲ ଛଟେଇ କର୍ମଚାରୀ, ଜିଲା ପୋଲିସ ପ୍ରଶାସନ ବୈଠକ: କେନ୍ଦ୍ରୀୟ ଶ୍ରମ ଆୟୁକ୍ତଙ୍କୁ ଭେଟିବାକୁ ପରାମର୍ଶ

ଯାଜପୁର ରୋଡ,୬-୧୧(ନି.ପ୍ର.)- ସୁକିନ୍ଦା ଖଣି ଉପତ୍ୟାକାରେ ଥିବା ଟିସ୍‌କୋ ଖଣିରେ ଅଟଓ୍ବାଲ ଠିକାସଂସ୍ଥା ପକ୍ଷରୁ ୧୯୮୪ରୁ ୪୩୩ ଜଣ କର୍ମଚାରୀଙ୍କୁ ନିଯୁକ୍ତ ପାଇଥିଲେ। ଗତ ସେପ୍ଟେମ୍ବର ୧ ତାରିଖରୁ ଅଟୱାଲ କମ୍ପାନୀ ସେମାନଙ୍କୁ ବିନା ନୋଟିସ୍‌ରେ ଛଟେଇ କରିବା ସହ ବକେୟା ପ୍ରାପ୍ୟ ପ୍ରଦାନ କରାଯାଇ ନ ଥଲା। ଏହାକୁ ବିରୋଧ କରି ଛଯେଇ ଶ୍ରମିମାନେ ଟିସ୍‌କୋ ଖଣି ଫାଟକ ସମ୍ମୁଖରେ ଧାରଣା ଜାରି ରହିଛି। ଏହି ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ମଙ୍ଗଳବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳ, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା ସ୍ଥାନୀୟ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଛଟେଇ ଶ୍ରମିକଙ୍କୁ ନେଇ ଏକ ବୈଠକ ହୋଯାଇଛି। ଏହି ବୈଠକରେ କୋଣସି ନିସ୍କର୍ଷ ନ ବାହରିବାରୁ ଅତିରିକ୍ତ ଜିଲାପାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ କୋର୍‌ କମିଟିର ସଦସ୍ୟମାନେ ଯାଜପୁର ଏସ୍‌ପି ଚରଣ ସିଂ ମୀନାଙ୍କୁ ଭେଟି ଥିଲେ। ଏ ଦିଗରେ ଏସ୍‌ପି ମୀନା କୋର୍‌ କମିଟିକୁ ସେଣ୍ଟ୍ରାଲ୍‌ ଲେବର କମିଶନର (କେନ୍ଦ୍ରୀୟ ଶ୍ରମ ଆୟୁକ୍ତ)ଙ୍କ ନିକଟରେ ଅଭିଯୋଗ ପାଇଁ ପରାମର୍ଶ ଦେଇଥିବା ଜଣାପଡିଛି। ପୁନଃନିଯୁକ୍ତି ଏବଂ ସମସ୍ତ ବକେୟା ପାଉଣା ଦାବିରେ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରମିକ ମଳୟ ରଞ୍ଜନ ପଟ୍ଟନାୟକ, ଗୌତମ ଦାସ, କୈଳାସ ମହାକୁଡ, ପ୍ରଦୀପ ମହାନ୍ତ କହିଛନ୍ତି। ଆଗାମୀ ଦିନରେ ଖଣି ଅଞ୍ଚଳରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ପାଇଁ ଜିଲା ପ୍ରଶାସନ, ଅଟୱାଲ କମ୍ପାନୀ ଦାୟୀ ରହିବେ ବୋଲି ଛଯେଇ ଶ୍ରମିକମାନେ କହିଛନ୍ତି।