Categories: ଖେଳ

ଅଡି ପାଗଳ କୋହଲି

ବିଳାସପୂର୍ଣ୍ଣ କାର ପ୍ରେମରେ ଭାରତୀୟ କ୍ରିକେଟରଙ୍କ ପଡ଼ିବା କିଛି ନୂଆ ଖବର ନୁହେଁ। କିନ୍ତୁ ଅଧିନାୟକ ବିରାଟ କୋହଲି ଅଡି କାର ପାଇଁ ପାଗଳ ପ୍ରାୟ। କିନ୍ତୁ ଅଧିନାୟକ ବିରାଟ କୋହଲି ଅଡି କାର ପାଇଁ ପାଗଳ ପ୍ରାୟ। ତାଙ୍କ ଗ୍ୟାରେଜରେ ମୋଟ ୯ଟି କାର ରହିଛି। ଏଥିରୁ ୬ଟି ଅଡି କାର। ସେଗୁଡ଼ିକ ହେଲା ଅଡି ଆର୮ ଏଲଏମ୍‌ଏକ୍ସ, ଅଡି ଏ୮ ଏଲଡବ୍ଲ୍ୟୁ ୧୨, ଅଡି ଆର ୮ଭି୧୦ ପ୍ଲସ, ଅଡି କ୍ୱି ୭, ଅଡି ଏସ୍‌ ୬ ଓ ଅଡି ଏସ୍‌ ୫। ଏଥିରୁ ଅଡି ପ୍ରତି ଥିବା କୋହଲିଙ୍କ ପ୍ରେମ ବାରି ହୋଇପଡ଼ୁଛି। ତେବେ ତାଙ୍କର ସବୁଠୁ ପ୍ରିୟ କାର ହେଉଛି ଅଡି ଆର୮ ଏଲଏମ୍‌ଏକ୍ସ। ଏହି ବ୍ରାଣ୍ଡ କାର ଖୁବ କମ୍‌ ସଂଖ୍ୟାରେ ନିର୍ମାଣ ହୋଇଛି। ଏଥିରେ ରହିଛି ସବୁ ଲ୍ୟାଟେଷ୍ଟ ଫିଚର। ଏହାର ଇଞ୍ଜିନ ସହ ଜଡ଼ିତ ଅଛି ୭ ସ୍ପିଡ୍‌ ଏସ୍‌ ଟ୍ରନିକ ଗିଅର ବକ୍ସ, ଯାହା ଗାଡ଼ିକୁ ଅତ୍ୟଧିକ ଗତି ପ୍ରଦାନ କରେ। ତାଙ୍କ ପାଖରେ ଲାଣ୍ଡ ରୋଭର ରେଞ୍ଜ ରୋଭର ଭୋଗ, ଟୋୟୋଟା ଫର୍ଚୁନର ଓ ରେନଲ୍ଟ ଡଷ୍ଟର କାର ରହିଛି।

Share