ଅଡୁଆ କଲା କିସ୍‌

ଆଲିୟା କେତେ ଆଶା ବାନ୍ଧି ବସିଥିଲେ। ବଲିଉଡ୍‌ର ଆଗଧାଡ଼ିର ଅଭିନେତା ସଲମାନ ଖାନ୍‌ଙ୍କ ସହ ଅଭିନୟ କରିବେ। ହେଲେ ସବୁ ଆଶା ପାଣି ଫୋଟକା ପରି ମିଳାଇ ଗଲା। ମାତ୍ର ଗୋଟିଏ ସିନ୍‌ ପାଇଁ ସେ ଏଥିରେ ଅଭିନୟ କରିବେ ନାହିଁ ବୋଲି ସଫା ସଫା ଶୁଣାଇ ଦେଲେ ସଲ୍ଳୁ ମିଅଁା। ଏଥିରେ ଏକ କିସ୍‌ ଶଟ୍‌ ରହିଥିଲା, ଯାହାକୁ ନେଇ ସଲମାନ ନିଜର ଅରାଜି ବ୍ୟକ୍ତ କରିଥିଲେ। ଫିଲ୍ମଟି ହେଲା ‘ଇଁଶଆଲ୍‌ହା’। ଖାସ୍‌ କଥା ହେଲା ସଞ୍ଜୟ ଲୀଲା ଭଁସାଲୀଙ୍କ ନିର୍ଦ୍ଦେଶନାରେ ନିିର୍ମିତ ହେଉଥିବା ଏହି ଫିଲ୍ମରୁ ସଲମାନ ଓହରି ଯିବା ପରେ ଆଲିୟା ମନ ଦୁଃଖ କରିଛନ୍ତି। ଏପରି କି ଏହି ଶଟ୍‌କୁ କାହାଣୀରୁ ବାଦ୍‌ ଦେବାକୁ ସଞ୍ଜୟ ପ୍ରପୋଜାଲ ଦେଇଥିଲେ ମଧ୍ୟ ସଲମାନ ତାହାକୁ ଗ୍ରହଣ କରି ନ ଥିଲେ। ଯଦି ସଲମାନ ରାଜି ହୋଇଥାଆନ୍ତେ, ତେବେ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ ପରେ ଅର୍ଥାତ୍‌ ଦୁଇ ଦସନ୍ଧି ପରେ ସଞ୍ଜୟଙ୍କ ଫିଲ୍ମରେ ସେ ପୁଣି ଥରେ ଆକ୍ଟିଂ କରିଥାଆନ୍ତେ। ତେବେ ସଲମାନ ମନା କରିବା ପରେ ଏବେ ଏଥିରେ କିଏ ନାୟକ ସାଜିବେ ତାହା ଦେଖିବାକୁ ବାକି ରହିଲା। ଫିଲ୍ମଟି ଆସନ୍ତା ବର୍ଷ ଇଦ୍‌ ଅବସରରେ ରିଲିଜ ହେବାର ଯୋଜନା ରହିଛି ବୋଲି ସଞ୍ଜୟ ସୂଚନା ଦେଇଛନ୍ତି।

Share