Categories: ଜାତୀୟ

ଅଡ୍‌-ଇଭିନ୍‌ ନମ୍ବର କେଉଁଠି ଲାଗୁହେବ କେଉଁଠି ନାହିଁ ସ୍ପଷ୍ଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ, ୧୭।୧୦: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଆସନ୍ତା ମାସଠାରୁ ଅଡ୍‌-ଇଭିନ୍‌ ନମ୍ବରର ଗାଡି ଚଲାଇବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହା କେଉଁଠି ଲାଗୁ ହେବ ଓ କେଉଁଠି ଲାଗୁ ହେବନାହିଁ ସେ ନେଇ ମଧ୍ୟ କେଜରିଓ୍ବାଲ ସ୍ପଷ୍ଟ କରିଛନ୍ତି। ଗୁରୁବାର ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ସେ ଏହାର ସୂଚନା ଦେଇଛନ୍ତି। ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଡ୍‌-ଇଭିନ୍‌ ନମ୍ବର କାର୍ଯ୍ୟକାରୀ ହେଉଥିବା ବେଳେ ଏଥିରୁ ଭିଆଇପି ଗାଡି ଗୁଡ଼ିକ ବାଦ୍‌ ଯିବ ବୋଲି ସେ କହିଛନ୍ତି। ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଏଥିରେ ସାମିଲ ହେବେ ବୋଲି ସେ ସୂଚନା ଦେଇଛନ୍ତି। ଯଦି ଏହି ନିୟମର କେହି ଉଲ୍ଲଂଘନ କରନ୍ତି ତେବେ ୪ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ତେବେ ଜରୁରୀକାଳିନ ପରିସ୍ଥିତିରେ ଯାଉଥିବା ଗାଡି ସହ ମହିଳା, ସ୍କୁଲ ପିଲା, ରୋଗୀଙ୍କୁ ନେଉଥିବା ଗାଡି ଗୁଡିକୁ ଏଥିରୁ ବାଦ୍‌ ଦିଆଯାଇଛି। ସେହିପରି ଦୁଇ ଚକିଆ ଯାନକୁ ମଧ୍ୟ ଅଡ୍‌-ଇଭିନ ନମ୍ବରରରୁ ବାଦ୍‌ ଦିଆଯାଇଛି। ହେଲେ ବାହାର ରାଜ୍ୟରୁ ଆସୁଥିବା ଗାଡି ଓ ସିଏନ୍‌ଜି ଗାଡି ଏଥିରୁ ବାଦ୍‌ ଯିବେ ନାହିଁ।

Share