Posted inଜାତୀୟ

ଅଡ୍‌-ଇଭିନ୍‌ ନମ୍ବର ନିୟମ ନ ମାନିବାରୁ କଟିଲା ଭାଜପା ନେତାଙ୍କ ଚାଲାଣ

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରାକୁ କମ୍‌ କରିବାକୁ ଯାଇ ସରକାରଙ୍କ ତରଫରୁ ଅଡ-ଇଭିନ ନମ୍ବରର ଗାଡି ଗଡିବା ଆରମ୍ଭ କରିଛି। ସୋମବାର ଇଭିନ୍‌ ନମ୍ବରର ଗାଡି ଚାଲୁଥିବା ବେଳେ ଭାଜପା ନେତା ବିଜୟ ଗୋୟଲ କିନ୍ତୁ ତାଙ୍କ ଅଡ୍‌ ନମ୍ବର ଗାଡିକୁ ନେଇ ଘରୁ ବାହାରିଥିଲେ। ଆଉ ଏହାପରେ ନିୟମ ଉଲ୍ଲଂଘନ କରିବାରୁ ତାଙ୍କ ଚାଲାଣ କଟାଯାଇଥିବା ସୂଚନା ମିଳିଛି। ଏହାପରେ ଗୋୟଲ ଅଭିଯୋଗ କରିଛନ୍ତି କି ଏହା କେଜରିଓ୍ବାଲ ସରକାରଙ୍କ ଏକ ପ୍ରକାର ପ୍ରଚାର। ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କେଜରିଓ୍ବାଲ ଏପରି କରିଛନ୍ତି। ତେଣୁ ଏଥିପାଇଁ ସେ ଫାଇନ୍‌ ଦେବାକୁ ରାଜି ବୋଲି କହିଛନ୍ତି। ଅନ୍ୟପଟେ ଭାଜପା ନେତାଙ୍କ ଏଭଳି ଯୁକ୍ତିକୁ ନେଇ କେଜରିଓ୍ବାଲ କହିଛନ୍ତି ଅଡ୍‌-ଇଭିନ ନମ୍ବର ସମସ୍ତେ ଗ୍ରହଣ କରୁଥିବା ବେଳେ ଭାଜପା ନେତାଙ୍କର କ’ଣ ଅସୁବିଧା ହେଉଛି ତାହା ବୁଝା ପଡୁନାହିଁ। ଏହାଦ୍ୱାରା ପ୍ରଦୂଷଣର ମାତ୍ରା ଯେ କମିବ ଏହା ବୋଧହୁଏ ସେମାନେ ବୁଝି ପାରୁ ନାହାଁନ୍ତି।

ଏହାପରେ ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାଶ ଗେହେଲଟ ଭାଜପା ନେତା ଗୋୟଲଙ୍କ ପାଖେ ପହଞ୍ଚି ତାଙ୍କୁ ଫୁଲତୋଡା ଓ ମାସ୍କ ଦେବା ସହ ଅଡ୍‌-ଇଭିନ ନମ୍ବରକୁ ନେଇ କଥା ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମୋଦି ସରକାର କରିଛନ୍ତି ଅପମାନ’, ମନମୋହନ ସିଂଙ୍କ ଅନ୍ତିମ ସଂସ୍କାରକୁ ନେଇ ରାଗିଲେ ରାହୁଲ

ନୂଆଦିଲ୍ଲୀ,୨୮।୧୨: ଅର୍ଥନୈତିକ ସଂସ୍କାରର ଜନକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଶନିବାର (୨୮ ଡିସେମ୍ବର ୨୦୨୪)ରେ ନିଗମ ବୋଧ ଘାଟରେ ରାଷ୍ଟ୍ରୀୟ ସମ୍ମାନରେ ଶେଷ...

ବରଫ ଭିତରେ ଦ୍ରୁତଗତିରେ ଟ୍ରାକ୍‌ରେ ଗଡୁଛି ଟ୍ରେନ୍‌, ଫଟୋ ଶେୟାର କରି ରେଳମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୨୮ା୧୨: ଜମ୍ମୁ -କଶ୍ମୀରର ବଣିହାଲ-ବାରମୂଳା ଟ୍ରାକ୍‌ରେ ଟ୍ରେନ୍‌ ପ୍ରବଳ ବରଫ ଭିତରେ କ୍ଷୀପ୍ର ବେଗରେ ଗତି କରୁଛି। ଏହାର ଏକ ଫଟୋ ଶେୟାର କରିଛନ୍ତି କେନ୍ଦ୍ର...

କଂଗ୍ରେସର ଦାବି ମାନିନେଲେ ମୋଦି ସରକାର

ନୂଆଦିଲ୍ଲୀ,୨୮।୧୨: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶୁକ୍ରବାର (ଡିସେମ୍ବର ୨୫) ରାତିରେ ଘୋଷଣା କରିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ସ୍ମୃତି ଉଦ୍ଦେଶ୍ୟରେ ସରକାର...

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଅଜିତ ପାଓ୍ବାରଙ୍କ ଦଳ

ନୂଆଦିଲ୍ଲୀ,୨୮।୧୨: ଅଜିତ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଦିଲ୍ଲୀ ବିଧାନସଭା ନିର୍ବାଚନରେ ନିଜ ପ୍ରାର୍ଥୀଙ୍କୁ ସ୍ଥାନ ଦେଇଛି। ଏନସିପି ୧୧ଜଣ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି...

୧୦୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା: ସକାଳୁ ସକାଳୁ ଛେଚିଲା

ନୂଆଦିଲ୍ଲୀ,୨୮।୧୨: ବର୍ଷା ପରେ ଶୀତ, ଶୀତ ମଧ୍ୟରେ ବର୍ଷା ଲାଗି ରହିଛି। ପ୍ରବଳ ଶୀତ ମଧ୍ୟରେ ଦଲ୍ଲୀରେ ପ୍ରବଳ ବର୍ଷା ହୋଇଛି । ଅନ୍ୟପକ୍ଷେ ୧୦୧...

ଭାଜପାକୁ ନେଇ ଚମକାଇବା ଭଳି ଭବଷ୍ୟବାଣୀ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୮।୧୨: ନୂଆ ବର୍ଷରେ ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବାକୁ ଯାଉଛି। ନିର୍ବାଚନ ପାଖେଇ ଆସୁଥିବାରୁ ଆମ ଆଦମୀ ପାର୍ଟି ଭାଜପା ଉପରେ ଆକ୍ରମଣ...

ପଞ୍ଚଭୂତରେ ବିଲୀନ ହେଲେ ମନମୋହନ ସିଂ: ଝିଅ ଦେଲେ ମୁଖାଗ୍ନି

ନୂଆଦିଲ୍ଲୀ,୨୮।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ଆଜି ଦିଲ୍ଲୀର ନିଗମବୋଧ ଘାଟରେ ରାଜକୀୟ ସମ୍ମାନ ସହ ଶେଷ ହୋଇଛି। ତାଙ୍କ ଝିଅ ପିତାଙ୍କୁ...

ଶିଖ୍‌ ଧର୍ମରେ କିପରି କରାଯାଏ ଅନ୍ତିମ ସଂସ୍କାର, ହିନ୍ଦୁ ଧର୍ମର ରୀତିନୀତି ଠାରୁ ଏହା କେତେ ଅଲଗା

ନୂଆଦିଲ୍ଲୀ,୨୮।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଡିସେମ୍ବର ୨୬ରେ ଦେହାନ୍ତ ହୋଇଛି। ତେବେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଉଛି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri