Categories: ଜାତୀୟ

ଅଡ୍‌-ଇଭିନ୍‌ ନମ୍ବର ପରେ ବଦଳିବ କାର୍ଯ୍ୟାଳୟର ସମୟ

ନୂଆଦିଲ୍ଲୀ,୧୨।୧୦: ରାଜଧାନୀ ଦିଲ୍ଲୀରେ ନଭେମ୍ବର ୪-୧୫ ମଧ୍ୟରେ ପୁଣି ଥରେ ଅଡ୍‌-ଇଭିନ୍‌ ନମ୍ବର କାର୍ଯ୍ୟକାରୀ ହେବ। ପ୍ରଦୂଷଣର ମାତ୍ରା ବଢିଯାଇଥିବାରୁ ଏବେ ଦିଲ୍ଲୀ ସରକାର ଅଡ୍‌-ଇଭିନ୍‌ ନମ୍ବର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସିଏନ୍‌ଜିରେ ଚାଲୁଥିବା କାର୍‌ ଓ ବାଇକ୍‌ ଚାଳକଙ୍କୁ ଏଥର ଲାଭ ମିଳିବ ନାହିଁ ବୋଲି ଜଣାପଡିଛି। କାରଣ ପରିବହନ ବିଭାଗ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଚିଠି ଲେଖିଛନ୍ତି କି ସରକାରୀ ହେଉ ଅବା ବେସରକାରୀ ସିଏନ୍‌ଜି ଦ୍ୱାରା ପରିବେଶ ଅଧିକ ପରିମାଣରେ ପ୍ରଦୂଷିତ ହେଉଛି। ଏଥିରେ ମହିଳାମାନଙ୍କ ପାଇଁ ସୁବିଧା ରଖାଯାଇଛି। କାରଣ ମହିଳାମାନଙ୍କୁ ଏହି ସ୍କିମରେ ସାମିଲ କରାଯାଇନାହିଁ। ତେବେ ପିକ୍‌ ଆଓ୍ବାରରେ ଟ୍ରାଫିକ୍‌ ଜାମ୍‌ ସମସ୍ୟାକୁ ଲକ୍ଷ୍ୟ କରି କାର୍ଯ୍ୟାଳୟର ସମୟକୁ ପରିବର୍ତ୍ତନ କରି ୧୧ଟା କରାଯିବ ବୋଲି ଚିନ୍ତା କରାଯାଉଛି।

Share