Categories: ଜାତୀୟ

ଅଡ୍‌ ନମ୍ବର ଗାଡ଼ି ଥିବାରୁ ସାଇକେଲରେ କାର୍ଯ୍ୟାଳୟ ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୪।୧୧: ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଦେଖି ସୋମବାରଠାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ସେଠାରେ ଅଡ୍‌-ଇଭିନ୍‌ ନମ୍ବର ଗାଡି ଚଳାଇବା ନିୟମକୁ ଲାଗୁ କରିଛନ୍ତି। ଏହି କ୍ରମରେ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କର ଅଡ୍‌ ନମ୍ବରର ଗାଡିଥିବାରୁ ନିୟମ ଅନୁଯାୟୀ ସୋମବାର ଏହା ରାସ୍ତାରେ ଗଡି ନ ପାରିବାରୁ ସେ ସାଇକେଲ ଚଢି ନିଜ କାର୍ଯ୍ୟାଳୟରେ ପହଞ୍ଚିଥିବା ଦେଖାଯାଇଛି। ଏହାକୁ ନେଇ ସେ ଗଣମାଧ୍ୟମକୁ କହିଛନ୍ତି ମୋର ଅଡ୍‌ ନମ୍ବର ଗାଡି ଥିବାରୁ ସରକାରଙ୍କ ନିୟମକୁ ମୁଁ ପାଳନ କରିଛି। ଆମେ ସମସ୍ତେ ଯଦି ଏମିତି ସଚେତନ ହେବା ତେବେ ପ୍ରଦୂଷଣର ମାତ୍ରା ନିଶ୍ଚିତ ଭାବେ କମ୍‌ ହେବ ବୋଲି ସେ କହିଛନ୍ତି।

Share