ଅଢ଼େଇ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ବ୍ୟବସାୟୀ ଗିରଫ

କେନ୍ଦ୍ରାପଡ଼ା ଅଫିସ,୨୩।୯: କେନ୍ଦ୍ରାପଡ଼ା ଜିଲାରେ ପ୍ରଥମଥର ପାଇଁ ବ୍ରାଉନସୁଗାର ଚୋରା କାରବାର ସମ୍ପର୍କରେ ଖୁଲାସା ହୋଇଛି। ଟାଉନ ଥାନା ଅଧୀନ ଆମବାଡ଼ିରୁ ୨୫ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ ହୋଇଛି। ଏଥିସହିତ  ଗ୍ରାମର ଚୋରା ବ୍ୟବସାୟୀ ଜାହିଦ ଖାଁଙ୍କୁ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ସ୍ପେଶାଲ ସ୍କ୍ବାଡ ଗିରଫ କରିଛି । ଏହି ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨.୫ ଲକ୍ଷ ହେବ ବୋଲି ଆଇଆଇସି ଜଗଦୀଶ ଚନ୍ଦ୍ର ସାମଲ ସୂଚନା ଦେଇଛନ୍ତି। ଚଢ଼ାଉରେ ଇନ୍ସପେକ୍ଟର ଗାଲୁରାମ ସରେନ, ଦିଲୀପ ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ।