ଅଣ୍ଟାରେ ଅଟକିଛି ଭଙ୍ଗା ଛୁଞ୍ଚତ୍ ଘଟଣା:ଚିକିତ୍ସା ନ ପାଇ କଟକରୁ ଫେରିଲେ ଶିଶୁ କନ୍ୟା

ଅନୁଗୋଳ ଅଫିସ, ୧୯।୧୦

ଅନୁଗୋଳ ଜିଲା ତାଳଚେର କଣ୍ଢାଳ ପଞ୍ଚାୟତ ବାଲୁଗଁାର ଜଣେ ୫ ବର୍ଷୀୟା ଶିଶୁ କନ୍ୟା ଅଣ୍ଟାରେ ଇଞ୍ଜେକଶନ ଛୁଞ୍ଚତ୍ ଧରି ଶୁକ୍ରବାର କଟକ ବଡ଼ ମେଡିକାଲ ଯାଇଥିଲେ ହେଁ ସେଠାରୁ ଚିକିତ୍ସା ନ ପାଇ ଘରକୁ ଫେରିଛନ୍ତି। ଏପରିକି କଟକ ମେଡିକାଲରେ ଏପରି ଚିକିତ୍ସା ଉପଲବ୍ଧ ନ ଥିବା କହି ଜୁନିୟର ଡାକ୍ତରମାନେ ତାଙ୍କୁ ଫେରାଇ ଦେଇଥିବା ଶିଶୁକନ୍ୟାଙ୍କ ବାପା ନିରଞ୍ଜନ ବେହେରା ଅଭିଯୋଗ କରିଛନ୍ତି। ଏ ନେଇ ସେ ଆଇନର ଦ୍ୱାରସ୍ଥ ହେବା ସହ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେବେ ବୋଲି ନିରଞ୍ଜନ କହିଛନ୍ତି।
ଗତ ଅଗଷ୍ଟ ୮ରେ ଶିଶୁଟିର ଅଣ୍ଟାରେ ଇଞ୍ଜେକଶନ ଛୁଞ୍ଚତ୍ ଭାଙ୍ଗି ରହିଥିଲା। ଦୁଇଥର ଘରୋଇ ଚିକିତ୍ସାଳୟରେ ଅସ୍ତ୍ରୋପଚାର ହେବା ପରେ ମଧ୍ୟ ଛୁଞ୍ଚତ୍ ବାହାରିପାରି ନ ଥିଲା। ପରେ ଅସ୍ତ୍ରୋପଚାର ପାଇଁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଗତ ୧୧ ତାରିଖରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ପଠାଯାଇଥିଲା। ଏ ନେଇ ଏସସ୍‌ିବି ମେଡିକାଲ ଅଧୀକ୍ଷକଙ୍କ ନିକଟକୁ ଚିଠି ମଧ୍ୟ କରାଯାଇଥିଲା। ସେଠାରେ ଦୁଇ ଦିନ ରହିବା ପରେ ମଧ୍ୟ ଚିକିତ୍ସା ନ ପାଇ ନିରଞ୍ଜନ ଝିଅକୁ ଧରି ଘରକୁ ଫେରିଛନ୍ତି। ଏ ସମ୍ପର୍କରେ ଅନୁଗୋଳ ଏଡିଏମ୍‌ଓ(ମେଡିକାଲ) ଲକ୍ଷ୍ମୀ ନାରାୟଣ ବିଶୋଇ କହିଛନ୍ତି, ଶିଶୁକନ୍ୟା ଫେରିଆସିଥିବା ଖବର ମିଳିଛି। ଶିଶୁଟିର ପରିବାର ଏ ସମ୍ପର୍କରେ କିଛି ଜଣାଇନାହାନ୍ତି। ଜଣାଇବା ପରେ ଆଉ ଥରେ କଟକ ମେଡିକାଲକୁ ଚିଠି କରାଯିବ ବୋଲି ସେ କହିଛନ୍ତି।

Share