ଅଣ୍ଟା ବିନ୍ଧୁଥିଲେ…

ଅଣ୍ଟା ବିନ୍ଧୁଥିଲେ ଏଥିପ୍ରତି ସତର୍କ ରହିବା ନିହାତି ଜରୁରୀ। କାରଣ ପ୍ରାରମ୍ଭରୁ ଏହାର ଉପଚାର ନ କରିଲେ ପରବର୍ତ୍ତୀ ସମୟରେ ତାହା ଗମ୍ଭୀର ସମସ୍ୟା ଭାବରେ ଉଭା ହୋଇଥାଏ। ଅଣ୍ଟାଜନିତ ସମସ୍ୟା ଥିଲେ ଗୋଟିଏ ସ୍ଥାନରେ ଅଧିକ ସମୟ ବସି ରହନ୍ତୁ ନାହିଁ। କିଛି ସମୟ ବ୍ୟବଧାନରେ ଚଲାବୁଲା କଲେ ଏଥିରୁ ଉପଶମ ମିଳିଥାଏ। ଏପରି ବସନ୍ତୁ ନାହିଁ, ଯାହାର ପ୍ରଭାବ ଅଣ୍ଟା ଉପରେ ପଡିବ। ସବୁବେଳେ ସିଧା ବସିବାକୁ ଚେଷ୍ଟା କରନ୍ତୁ। କୁସନ ଚେୟାରରେ ଅଧିକାଂଶ ସମୟ ବସୁଥିଲେ ତାହାର ପ୍ରଭାବ ଅଣ୍ଟା ଉପରେ ପଡିଥାଏ। ତେଣୁ କିଛି ସମୟ ଚାଲିଲେ ଆରାମ ଲାଗିଥାଏ। ଯଦି ଅଣ୍ଟା ସମସ୍ୟା ରହିଛି ତେବେ ବିଳମ୍ବ ନ କରି ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏଥିପାଇଁ କେତେକ ଏକ୍ସରସାଇଜ କରିବାକୁ ପଡିଥାଏ। ସେ ସମ୍ପର୍କରେ ଡାକ୍ତରଙ୍କ ନିକଟରୁ ବୁଝି ନିଅନ୍ତୁ।