ଅଣ୍ଟା ଯନ୍ତ୍ରଣାର ଘରୋଇ ଉପଚାର

-ବସିବା ସମୟରେ ଏପରି ବସନ୍ତୁ ଯେମିତି ଆପଣଙ୍କୁ ଆରାମ ଲାଗିବା ସହ ଅଣ୍ଟା ଉପରେ ଚାପ ପଡ଼ିବ ନାହିଁ।
-ଉଠିବା ସମୟରେ ସତର୍କତାର ସହ ଉଠନ୍ତୁ। ଯଦି ଟିକେ ଏପଟ ସେପଟ ହୋଇଗଲା ତେବେ ଅଣ୍ଟା ଉପରେ ପ୍ରେସର ପଡ଼ିବା ସହ ଅଣ୍ଟା ସମସ୍ୟା ଦେଖାଦେଇପାରେ।
-ଯଦି କୌଣସି ସ୍ଥାନରେ ଠିଆ ହୋଇ ରହୁଛନ୍ତି ତେବେ ସିଧା ଠିଆ ହୁଅନ୍ତୁ।
-ନଇଁକରି କାମ କରୁଥିରେ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଅଣ୍ଟାକୁ ସିଧାକରି କିଛି ସମୟ ଠିଆ ହୁଅନ୍ତୁ। କିଛି ସମୟ ବିଶ୍ରାମ ନେଲେ କାମର ପ୍ରଭାବ ଅଣ୍ଟା ଉପରେ ପଡି ନ ଥାଏ।
-ଅତି ଓଜନିଆ ଜିନିଷ ଉଠାନ୍ତୁ ନାହିଁ। କାରଣ ଏହାର ସିଧାସଳଖ ପ୍ରଭାବ ଅଣ୍ଟା ଉପରେ ହିଁ ପଡିଥାଏ।
-ଅଧିକ ମୋଟା ଗଦିରେ ବସନ୍ତୁ ନାହିଁ କି ଶୁଅନ୍ତୁ ନାହିଁ।
-ଅଣ୍ଟାକୁ ଫିଟ୍‌ ରଖିବା କିଛି ବ୍ୟାୟାମ କରନ୍ତୁ।
-ଯଦି କାର୍‌ ଚଲାଉଛନ୍ତି ତେବେ ସବୁବେଳେ ୯୦ ଡିଗ୍ରୀ ପୋଜ୍‌ରେ ବସି ଡ୍ରାଇଭ କରନ୍ତୁ।
-ଯଦି କିଛି ଅଣ୍ଟାଜନିତ ସମସ୍ୟା ରହିଛି ତେବେ ତାହାକୁ ଅଣଦେଖା ନ କରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।