Categories: ଫୁରସତ

ଅଣ୍ଡରଓ୍ବାଟର ସେଲ୍‌ଫି ବଦଳାଇ ଦେଲା ପରିତ୍ୟକ୍ତ ପୋଖରୀର ରୂପ, ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ଦୀଘବର୍ଷ ଧରି ପରିତ୍ୟକ୍ତ ଭାବେ ପଡ଼ି ରହିଥିବା ଏକ ପୋଖରୀ ଏବେ ପର୍ଯ୍ୟଟନସ୍ଥଳୀ ଭାବେ ଲୋକପ୍ରିୟତା ଅର୍ଜନ କରିବାରେ ଲାଗିଛି। ଲୋକେ ଏଠାରେ ଅଣ୍ଡର ଓ୍ବାଟର ସେଲ୍‌ଫି ନେଇ ଏହାର ରୂପ ରଙ୍ଗ ବଦଳି ଗଲା। ଖାଲି ରୂପ ରଙ୍ଗ ବଦଳିନି, ଗାଁ ଲୋକଙ୍କ ରୋଜଗାରର ଏହା ମାଧ୍ୟମ ବି ପାଲଟିଛି। ପ୍ରତି ପରିବାର ମାସକୁ ୨ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି।

ଏପରି ଏକ ପୋଖରୀ ରହିଛି ଇଣ୍ଡୋନେସିଆରେ। ଟୁରିଷ୍ଟ ଡେଷ୍ଟିନେଶନର ଇନ୍‌ଷ୍ଟାଗ୍ରାମରେ ପ୍ରାୟ ୪୦ ହଜାର ଲୋକ ଏହାକୁ ଫଲୋ କରୁଛନ୍ତି। ପୂର୍ବରୁ ଗରିବ ଏବଂ ଅପରିଷ୍କାର ଗାଁ କୁହାଯାଉଥିବା ଏହି ଅଞ୍ଚଳକୁ ଅଣ୍ଡର୍‌ ଓ୍ବାଟର ସେଲ୍‌ଫି ନେବା ପାଇଁ ଏବେ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟୁଛି।

ଜୁନୈଦୀ ମୂଲ୍ୟୋନୋ ନାମକ ଜଣେ ବ୍ୟକ୍ତି ଏହି ପ୍ରୋଜେକ୍ଟ ତିଆରି କରିଛନ୍ତି। ଜୁନୈଦୀ ଯେତେବେଳେ ପଢୁଥିଲେ, ସେତେବେଳେ ଏହି ଗାଁକୁ ଯିବା ପାଇଁ ସୁଯୋଗ ମିଳିଥିଲା। ଏହି ପୋଖରୀକୁ ଦେଖି ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବା ପାଇଁ ଯୋଜନା ଆରମ୍ଭ କରିଦେଇଥିଲେ।

ଏହି ପୋଖରୀର ଲମ୍ବ ୨୦ ମିଟର ଏବଂ ଚଉଡ଼ା ୫୦ ମିଟର। ଯାହାର ବ୍ୟବହାର କେବଳ ଶୌଚ ପାଇଁ କରାଯାଉଥିଲା। ବର୍ତ୍ତମାନ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ଏବେ ପୋଖରୀର ନାଁ ବଦଳାଇ ତିର୍‌ତା ଟେମ୍ପୁଲ୍‌ ରଖାଯାଇଛି।

Share