ଅଣ୍ଡରଓ୍ବାଲର୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ କରୋନା ପଜିଟିଭ୍‌

କରାଚି‌,୫।୬: ପାକିସ୍ତାନ କରାଚିରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ପାକିସ୍ତାନରେ ଲୁଚି ରହିଥିବା ଅଣ୍ଡରଓ୍ବାଲର୍ଡ ଡନ୍‌ ତଥା ଭାରତର ମୋଷ୍ଟ ଓ୍ବାଣ୍ଟେଡ୍‌ ଦାଉଦ ଇବ୍ରାହିମ୍‌ କରୋନା ପଜିଟିଭ୍‌। ଦାଉଦଙ୍କ ପତ୍ନୀ ମହଜବିନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଆସିବା ପରେ ଦାଉଦ ଓ ମହଜବିନଙ୍କୁ କରାଚିର ଏକ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ଦାଉଦଙ୍କ ଘରେ କାର୍ଯ୍ୟରତ ଥିବା ସୁରକ୍ଷାକର୍ମୀ ଓ ଅନ୍ୟ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ସୂଚନା ରହିଛି। ସୂଚନା ମୁତାବକ ଗତ ଦୀର୍ଘ ସମୟରୁ ଦାଉଦ ନିଜ ପରିବାର ସହ ପାକିସ୍ତାନରେ ଲୁଚି ରହୁଥିବା ଜଣାପଡ଼ିଛି। ଏନେଇ ଭାରତ ବହୁ ଥର ପ୍ରମାଣ ଦେଇଥିଲେ ସୁଦ୍ଧା ପାକିସ୍ତାନ ଏହାକୁ ସ୍ବୀକାର କରୁନାହିଁ।

Share