Categories: ଫୁରସତ

ଅଣ୍ଡର ଓ୍ବାଟର ପେଣ୍ଟିଂ

ପେଣ୍ଟିଂ ଏକ କଳା। ଏହା କାହାର ନିଶା ତ କେହି ଏହାକୁ ପେସା କରି ରୋଜଗାରର ମାଧ୍ୟମ ଭାବେ ବାଛି ନେଇଥାନ୍ତି । ତେବେ ଓଲ୍‌ଗା ବେଲ୍‌କା ନାମକ ଜଣେ ରୁଷୀୟ ପେଣ୍ଟର ନିଜ ନିଶାକୁ ଚରିତାର୍ଥ କରିବା ଲାଗି ଆଉ ଏକ ପାଦ ଆଗେଇ ଯାଇଛନ୍ତି । ସେ ପାଣି ଭିତରେ ଜଣେ ମଡେଲଙ୍କ ଚିତ୍ର ଆଙ୍କି ସାଉଁଟିଛନ୍ତି ଲୋକପ୍ରିୟତା। ଓଲ୍‌ଗା ରୁଷର ଜଣେ ପ୍ରସିଦ୍ଧ ପେଣ୍ଟର। ସେ ଅକ୍ସିଜେନ ମାସ୍କ ପିନ୍ଧି ସମୁଦ୍ର ମଧ୍ୟରେ ପ୍ରବେଶ କରନ୍ତି, ସମୁଦ୍ର ଭିତରର ସୁନ୍ଦର ଦୁନିଆକୁ ରଙ୍ଗତୂଳୀ ମାଧ୍ୟମରେ କାନଭାସ୍‌ ଉପରେ ଅତି ଜୀବନ୍ତ ଭାବେ ଆଙ୍କିପାରନ୍ତି। ଓଲ୍‌ଗା ଯେଉଁ କାନ୍‌ଭାସ ବ୍ୟବହାର କରନ୍ତି ତାହା ଓ୍ବାଟର ପ୍ରୁଫ୍‌ ହୋଇଥିବା ବେଳେ ପେଣ୍ଟିଙ୍ଗ ପାଇଁ ସେ ଅଏଲ ପେଣ୍ଟର ବ୍ୟବହାର କରିଥାନ୍ତି। ଯେହେତୁ ଅଏଲ ପେଣ୍ଟ ପାଣିରେ ମିଶିବ ନାହିଁ ତେଣୁ ଏହା ଅତି ସହଜରେ କାନଭାସ୍‌ ଉପରେ ଆଙ୍କି ହୋଇଯାଏ। ନିକଟରେ ସେ ଜଣେ ମଡେଲଙ୍କ ସହ ସମୁଦ୍ର ଭିତରେ ଏକ ଅଣ୍ଡର ଓ୍ବାଟର ପ୍ରୋଜେକ୍ଟ ସମାପ୍ତ କରି ସଫଳତା ସାଉଁଟିଛନ୍ତି । କିନ୍ତୁ ଏହି ପେଣ୍ଟିଂର ସବୁଠାରୁ ମଜା କଥା ହେଉଛି ପାଣି ଭିତରେ ଏତେ ସମୟ ଧରି ରହିବା ପାଇଁ ପେଣ୍ଟର ଏବଂ ମଡେଲଙ୍କୁ ୮ ରୁ ୧୦ କିଲୋ ଓଜନିଆ ବସ୍ତୁ ସହ ନିଜକୁ ବାନ୍ଧି ରଖିବାକୁ ପଡିଥିଲା ା ଫଳରେ ସେମାନେ ନିଜକୁ ସ୍ଥିର ରଖିପାରିଥିଲେ, ଯାହାଫଳରେ ପେଣ୍ଟିଂଟି ଅତି ସୁନ୍ଦର ଭାବେ ତିଆରି ହୋଇପାରିଥିଲା।

Share