Categories: ଜାତୀୟ

ଅଣ୍ଡର ଓ୍ବାଲ୍ଡ ଡନ୍‌ ଦାଉଦ୍‌ଙ୍କ ୧୪ ସ୍ଥାବର ସମ୍ପତ୍ତି ହେବ ନିଲାମ

ନୂଆଦିଲ୍ଲୀ,୨୩।୪: ଅଣ୍ଡର ଓ୍ବାଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ୧୪ଟି ସ୍ଥାବର ସମ୍ପତ୍ତିର ନିଲାମ କରାଯିବା ପାଇଁ ଯୋଜନା କରାଯାଉଛି। ଆଣ୍ଟି ସ୍ମଗଲିଙ୍ଗ୍‌ ଏଜେନ୍ସି ସାଫେମା(ସ୍ମଗଲିଙ୍ଗ୍‌ ଆଣ୍ଡ ଫରେନ୍‌ ଏକ୍ସଚେଞ୍ଜ୍‌ ମାନ୍ୟୁପୁଲେଟରର୍ସ ଆକ୍ଟ)ପକ୍ଷରୁ ଏନେଇ ଉଦ୍ୟମ ଜାରି ରହିଛି। ଏସବୁ ସମ୍ପତ୍ତି ମହାରାଷ୍ଟ୍ରର ରଲାଗିରି ଜିଲା ଅନ୍ତର୍ଗତ ମୁମ୍ବକେ କସବେ ଅଞ୍ଚଳର ଖେଣ୍ଡ୍‌ ଗାଁରେ ରହିଛି। ଏସବୁ ସ୍ଥାବର ସମ୍ପତ୍ତି ଦାଉଦ୍‌ଙ୍କ ଭଉଣୀ ହସିନା ପାରକର୍‌ ଏବଂ ମା’ଙ୍କ ନାମରେ ରହିଛି। ସେଥିମଧ୍ୟରେ ଏକ ୩ ମହଲା ବିଶିଷ୍ଟ ବଙ୍ଗଳା ରହିଛି। ଏଠାକୁ ପୂର୍ବରୁ ଦାଉଦ୍‌ ଯିବା ଆସିବା କରୁଥିଲେ। ସୂଚନାଯୋଗ୍ୟ, ଗତ ଦୁଇ ସପ୍ତାହ ତଳେ ହସିନା ପାରକରଙ୍କ ୧.୮ କୋଟି ଟଙ୍କାର ଫ୍ଲାଟ୍‌ ନିଲାମ କରାଯାଇଥିଲା।

Share