ଅଣ୍ଡାଠାରୁ ଅଧିକ ଉପକାରୀ ଟମାଟୋ

ଭାରତୀୟ ବ୍ୟଞ୍ଜନରେ ଟମାଟୋ ପ୍ରମୁଖ ଭାବେ ବ୍ୟବହାର ହୋଇଥାଏ। ଟମାଟୋ ବିନା ସାଲାଡ୍‌, ସୁପ୍‌, ତରକାରି, ଆଚାର, ଚଟଣୀ, କ୍ୟାଚ୍‌ଅପ ଇତ୍ୟାଦି କରିବା ଅସମ୍ଭବ। ଟମାଟୋରେ ଅନେକ ଗୁଣକାରୀ ତତ୍ତ୍ୱ ରହିଛି, ଯାହା ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। ହର୍ଭାର୍ଡ ମେଡିକାଲ ସ୍କୁଲର ଏକ ଗବେଷଣା ଅନୁସାରେ ଟମାଟୋରେ ଥିବା ତତ୍ତ୍ୱ କେତେକ କ୍ୟାନସର୍‌ରୁ  ରକ୍ଷା କରିଥାଏ। ବିଶେଷକରି ଛାତି ଏବଂ ଗଳା କ୍ୟାନ୍‌ସର ପାଇଁ ମହୌଷଧି ଭାବେ କାର୍ଯ୍ୟ କରିଥାଏ। ଟମାଟୋରେ ୦.୯ ଗ୍ରାମ ପ୍ରୋଟିନ୍‌, ୩.୬ ଗ୍ରାମ କାର୍ବୋହାଇଡ୍ରେଟ୍‌ ଥାଏ। ଟମାଟୋରେ ଅଣ୍ଡା ତୁଳନାରେ ୫ ଗୁଣା ଅଧିକ ଆଇରନ ଥାଏ ବୋଲି ଗବେଷଣା ରିପୋର୍ଟରେ କୁହାଯାଇଛି। ଟମାଟୋରେ ଥିବା କ୍ୟାଲ୍‌ସିୟମ ଦାନ୍ତ ଏବଂ ହାଡକୁ ମଜଭୁତ କରେ। ଏହା ଶରୀରରେ ରକ୍ତ ପରିମାଣକୁ ମଧ୍ୟ ବୃଦ୍ଧି କରିଥାଏ। ଓଜନ କମ ପାଇଁ ମଧ୍ୟ ଟମାଟୋ ଖାଇବା ଆବଶ୍ୟକ। ଟମାଟୋରେ ପ୍ରଚୁର ପରିମାଣରେ ଭିଟାମିନ୍‌-ସି ଥାଏ, ଯାହା ଗର୍ଭବତୀଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ ବୋଲି ଉଲ୍ଲେଖ କରାଯାଇଛି।