ଅଣ୍ଡା, କୁକୁଡା ମାଂସ ଖାଇବା ନିରାପଦ: ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ

ଭୁବନେଶ୍ୱର,୩ା୬(ବ୍ୟୁରୋ)-ଚିକେନ ଓ ଅଣ୍ଡା ଖାଇବା ଦ୍ୱାରା କରୋନାଠୁ ଅଧିକ ଭୟଙ୍କର ରୋଗ ବ୍ୟାପିବା ନେଇ ଚାଲିଥିବା ଚର୍ଚ୍ଚା ଏକ ପ୍ରକାର ଗୁଜବ। ଏ ନେଇ ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅଣ୍ଡା ଓ ଚିକେନ ଖାଇବା ସମ୍ପୂର୍ଣ୍ଣ ନିରାପଦ ବୋଲି ରାଜ୍ୟ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କିମ୍ବା ବିଶ୍ୱ ପ୍ରାଣୀ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ୱାରା ଅଣ୍ଡା ଓ ଚିକେନ ଖାଇବାକୁ ନେଇ କୌଣସି ତଥ୍ୟ ଜାରି କରାଯାଇ ନାହିଁ। କୁକୁଡା ମାଂସ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ଭୂତାଣୁ କିମ୍ବା ଅନ୍ୟ କୌଣସି ରୋଗ ସଂକ୍ରମଣର ବୈଜ୍ଞାନିକ ପ୍ରମାଣ ମିଳିନାହିଁ। ତେଣୁ ଅଣ୍ଡା ଓ କୁକୁଡା ମାଂସକୁ ଭଲ ଭାବେ ସିଝାଇ ଖାଇବା ଉଚିତ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।

Share