Advertisement

ଅଣ୍ଡା ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଲୁଟ୍‌

କେନ୍ଦୁଝର, ୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା କୃଷକ ବଜାର ନିକଟରୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଅଣ୍ଡା ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ବ୍ୟବସାୟୀ ହେଲେ ନିଲମ ସାହୁ।
ପ୍ରକାଶ ଯେ, ମଙ୍ଗଳବାର ରାତିରେ ନିଲମ ଦୋକାନ ବନ୍ଦକରି ଟଙ୍କା ବ୍ୟାଗ୍‌ ଧରି ଘରକୁ ଯାଉଥିଲେ। ଏହି ସମୟରେ ୨ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ନିଲମଙ୍କଠାରୁ ଟଙ୍କା ବ୍ୟାଗ୍‌ ଛଡ଼ାଇ ନେଇ ଯାଇଥିବା ଜଣାପଡ଼ିଛି। ଏହି ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share