ଅଣ୍ଡିଲୋ ଗଁ। ଦାଣ୍ଡରେ ଆଣ୍ଠୁଏ ପାଣି

ବାଲିଅନ୍ତା,୨୬।୯(ଡି.ଏନ.ଏ.): ଲଗାଣ ବର୍ଷା ଯୋଗୁ ବାଲିଅନ୍ତା ବ୍ଲକ ଅଧୀନ ଅଣ୍ଡିଲୋ ଗ୍ରାମ ଦାଣ୍ଡରେ ଆଣ୍ଠୁଏ ପାଣି ଜମି ରହୁଛି। ବର୍ଷା ପାଣି ନିଷ୍କାସନ ପାଇଁ ବାଟ ନ ଥିବାରୁ ଏଭଳି ଅବସ୍ଥା ଉପଜୁଛି। ଗ୍ରାମର ଏହା ମୁଖ୍ୟ ସମସ୍ୟା ଥିବାବେଳେ ପ୍ରଶାସନର ନଜର ପଡୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କୁଶଭଦ୍ରା ନଦୀ ଓ ପୁରୀ ମୁଖ୍ୟ କେନାଲ ମଧ୍ୟସ୍ଥଳରେ ଅବସ୍ଥି ଏହି ଗଁ।ର ଲୋକେ ଦୀର୍ଘ ୧୦ବର୍ଷ ହେଲା ବର୍ଷା ସମୟରେ ଏହି ସମସ୍ୟା ଭୋଗ କରୁଛନ୍ତି। ପ୍ରତିବର୍ଷ ବର୍ଷାଋତୁ ଆସିଲେ ଗାଁ ଲୋକେ ଜଳବନ୍ଦୀ ଅବସ୍ଥାରେ ରୁହନ୍ତି। ବର୍ଷାପାଣି ସାଙ୍ଗକୁ ଆବର୍ଜନା ମିଶି ଏଠାରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ପ୍ରତିଦିନ ଏହି ରାସ୍ତାରେ ପିଲାଠାରୁ ଆରମ୍ଭ କରି ସମସ୍ତେ ଯିବାଆସିବା କରୁଥିବାରୁ ଗୋଡ କୁଣ୍ଡାଇ ହୋଇ ଫଳିଯାଉଛି ବୋଲି ଗ୍ରାମର ଅଲେଖ ବେହେରା କହିଛନ୍ତି। ଗଁ। ରାସ୍ତା ଉପରୁ ବର୍ଷା ପାଣି ନିଷ୍କାସିତ ନ ହେବା ଯୋଗୁ ଗ୍ରାମବାସୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିକାରସ୍ବରୂପ ଜଳ ନିଷ୍କାସନ ପାଇଁ ଗ୍ରାମବାସୀ ଜିଲା ଓ ବ୍ଲକ ପ୍ରଶାସନ ପାଖରେ ଦାବି କରିଛନ୍ତି।

Share