Advertisement

ଅଣ-ଭାଜପା ସାମ୍ମୁଖ୍ୟ ଗଠନ ନେଇ ଚର୍ଚ୍ଚା: ରାହୁଲଙ୍କ ଭେଟିଲେ ଚନ୍ଦ୍ରାବାବୁ

ନୂଆଦିଲ୍ଲୀ,୧୮।୫: ନିର୍ବାଚନ ଫଳାଫଳ ମେ ୨୩ରେ ଘୋଷଣା ହେବ। ତେବେ ଏହା ପୂର୍ବରୁ କେନ୍ଦ୍ରରେ ଅଣ-ଭାଜପା ସାମ୍ମୁଖ୍ୟ ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି। ଏନେଇ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଶନିବାର ଭେଟିଛନ୍ତି। ଦୁଇ ନେତାଙ୍କ ସାକ୍ଷାତ୍‌ ନେଇ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ପୂର୍ବରୁ କେନ୍ଦ୍ର ରାଜନୀତି ସରଗରମ ହୋଇଉଠିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share