ଅଣ ମୁସଲମାନ୍‌ଙ୍କ ପାଇଁ ଖୋଲିଲା ମୋଦି ମସଜିଦ୍‌

ବଙ୍ଗୋଲୁରୁ,୨୧।୧: କର୍ନାଟକର ବେଙ୍ଗାଲୁରୁର ଟସ୍କର ଟାଉନରେ ଥିବା ମୋଦି ଅବଦୁଲ୍‌ ଗଫୁର ମସଜିଦ୍‌କୁ ଅଣ ମୁସଲମାନଙ୍କ ପାଇଁ ଖୋଲା ଯାଇଛି। ୧୭୦ ବର୍ଷ ମଧ୍ୟରେ ପ୍ରଥମ କରି ମସଜିଦ୍‌ରେ ଅଣ ମୁସଲମାନ ପ୍ରବେଶ କରିଛନ୍ତି। ରବିବାର ଏହା ଖୋଲା ଯାଇଥିଲା। ପ୍ରଥମ ଦିନ ୪୦୦ରୁ ଅଧିକ ପର୍ଯ୍ୟଟକ ମସଜିଦ୍‌ରେ ପ୍ରବେଶ କରିଛନ୍ତି। ପର୍ଯ୍ୟଟକଙ୍କ ମଧ୍ୟରେ ସବୁ ଧର୍ମର ପୁରୁଷ ଓ ମହିଳା ରହିଥିବା କୁହାଯାଉଛି। ଇସଲାମ୍‌ ଧର୍ମ ନେଇ ଲୋକଙ୍କ ମଧ୍ୟରେ ଥିବା ନାନା ଭ୍ରାନ୍ତିକୁ ଦୂର କରିବା ପାଇଁ ଏଭଳି କରାଯାଇଥିବା ମସଜିଦ୍‌ କର୍ମକର୍ତ୍ତା ସୂଚନା ଦେଇଛନ୍ତି। ଏହି ଅବସରରେ ପର୍ଯ୍ୟଟକଙ୍କ ଳାଗି ଏକ ମୋଟିଭେଶନ ଶିବିରର ଆୟୋଜନ ମଧ୍ୟ କରାଯାଇଥିଲା। ପର୍ଯ୍ୟଟକଙ୍କୁ କୋରାନ୍‌ର କପି ମଧ୍ୟ ପ୍ରଦାନ କରାଯାଇଥିଲା। ମୁମ୍ବାଇର ‘ଭିଜିଟ୍‌ ମାଇଁ ମସ୍କ୍‌’ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ମସଜିଦ୍‌ରେ ଅଣ ମୁସଲମାନ୍‌ଙ୍କ ପ୍ରବେଶ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ମସଜିଦ୍‌ ନିର୍ମାଣ ଲାଗି ମୋଦି ଅବଦୁଲ୍‌ ଗଫୁର ଜମ ଦାନ କରିଥିବାରୁ ଏହାର ନାମ କରଣ ତାଙ୍କ ଅନୁସାରେ କରାଯାଇଛି। ତେବେ ଲୋକେ ଏହାକୁ ମୋଦି ମସଜିଦ୍‌ ଭାବେ ନାମିତ କରିଥିବା ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ସାଦ୍ଦିକ୍‌ ସୈଲାନି ସୂଚନା ଦେଇଛନ୍ତି।

Share