Categories: ବାଣିଜ୍ୟ

ଅଣ ସଙ୍ଗଠିତ କ୍ଷେତ୍ରର ୪୦ କୋଟି ନିଯୁକ୍ତି ପ୍ରତି ବିପଦ

ନୂଆଦିଲ୍ଲୀ,୮।୪: କରୋନା ଯୋଗୁ ଦେଶର ଖୁଚୁରା ବ୍ୟବସାୟ କ୍ଷେତ୍ରରେ ୮୦ ହଜାର ଲୋକ ଚାକିରି ହରାଇବାର ଆଶଙ୍କା କରାଯାଇଛି। ସେହିଭଳି ଅଣ ସଙ୍ଗଠିତ କ୍ଷେତ୍ରର ୪୦ କୋଟି ନିଯୁକ୍ତି ପ୍ରତି ବିପଦ ଆସିଥିବା ବିଶ୍ୱ ଶ୍ରମ ସଙ୍ଗଠନ ପକ୍ଷରୁ ସୂଚନା ରହିଛି। ଲକ୍‌ଡାଉନ ପାଇଁ କାରବାର କ୍ଷତିଗ୍ରସ୍ତ ହେବାରୁ ଖୁଚୁରା ବ୍ୟବସାୟରେ ସଙ୍କଟ ସ୍ଥିତି ଉପୁଜିଛି ବୋଲି ରିଟେଲର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ ପକ୍ଷରୁ ଏଭଳି ଏକ ଆକଳନ କରାଯାଇଛି। ଏହି କ୍ଷେତ୍ରରେ ପ୍ରାୟ ୩୦% ଛଟେଇ ହେବାର ଆଶଙ୍କା ରହିଥିବା କୁହାଯାଉଛି।

Share