Categories: ଜାତୀୟ

ଅତିବେଶିରେ ଜୁନ୍‌ ୩୦ ପର୍ଯ୍ୟନ୍ତ ରହିପାରେ ଲକ୍‌ଡାଉନ କଟକଣା: ପଲାନିସ୍ବାମୀ

ଚେନ୍ନାଇ,୧୫।୬: ଗୋଟିଏ ପଟେ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନକୁ ନେଇ ଦେଶର ଆର୍ଥିକ ସ୍ଥିତି ଖରାପ ହୋଇ ଯାଇଥିବା ବେଳେ ଏପଟେ କିନ୍ତୁ କରୋନା ସଂକ୍ରମଣ କମିବାର ନାଁ ନେଉନି। ଅଧିକାଂଶ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ପୁଣିଥରେ ଲକ୍‌ଡାଉନ ଘୋଷଣା କରାଯାଇ ପାରେ ବୋଲି ଅନେକେ ଅନୁମାନ କରୁଛନ୍ତି। ଇତିମଧ୍ୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ କହିଛନ୍ତି, ଅତିବେଶିରେ ଜୁନ୍‌ ୧୯ରୁ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ କଟକଣା ଲାଗୁ କରାଯାଇପାରେ। ଏହାପୁଣି ଚେନ୍ନାଇର କିଛି ଅଞ୍ଚଳରେ। ସେଥିଧ୍ୟରେ ରହିଛି କାଞ୍ଚିପୁରମ, ଛେଙ୍ଗଲପାଟୁ ଓ ତିରୁଭଲୁର ଜିଲା।

Share