ଅତିରିକ୍ତ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ ମହାପାତ୍ର

ଭଦ୍ରକ ଅଫିସ,୨୭।୩: ରାଜ୍ୟ ସରକାର ୧୯ଟି ଜିଲାରେ ଅଧିକ ଜଣେ ଲେଖାଏ ଅତିରିକ୍ତ ଜିଲାପାଳ (ରାଜସ୍ବ) ପଦବୀ ସୃଷ୍ଟି କରି ନିଯୁକ୍ତି ପ୍ରଦାନ କରିଛନ୍ତି। ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲା ପାଇଁ ମଧ୍ୟ ଅତିରିକ୍ତ ଜିଲାପାଳ(ରାଜସ୍ବ) ପଦବୀ ସୃଷ୍ଟି ହୋଇ ସେହି ପଦରେ ଇପିକଲର ଅଧ୍ୟକ୍ଷ ଥିବା ଅରୁଣ କୁମାର ମହାପାତ୍ରଙ୍କୁ ଶୁକ୍ରବାର ନିଯୁକ୍ତି ଦିଆଯାଇଛି। ମହାପାତ୍ର ଭଦ୍ରକର ଅତିରିକ୍ତ ଜିଲାପାଳ (ରାଜସ୍ବ) ଭାବେ ଯୋଗଦାନ କରିଛନ୍ତି। ପୂର୍ବରୁ କାର୍ଯ୍ୟରତ ଥିବା ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ଏବେ ଅତିରିକ୍ତ ଜିଲାପାଳ (ସାଧାରଣ) ଭାବେ କାର୍ଯ୍ୟ ନିର୍ବାହ କରିବେ। ମହାପାତ୍ର ଯୋଗ ଦେବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, କର୍ମଚାରୀ ତାଙ୍କୁ ସ୍ବାଗତ କରିଛନ୍ତି।

Share