ଅତିରିକ୍ତ ତହସିଲଦାର, ଆର୍‌ଆଇଙ୍କୁ ଆକ୍ରମଣ ଘଟଣା:ଗିରଫ ସଂଖ୍ୟା ୪ ଛୁଇଁଲା

ଭଣ୍ଡାରିପୋଖରୀ, ୬।୨(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାର ଶରତ ସ୍ବାଇଁ ଏବଂ ଆର୍‌ଆଇ ରାମନାରାୟଣ ସାମଲଙ୍କୁ ଗତ ସୋମବାର ମଞ୍ଜୁରିରୋଡ୍‌ ଆର୍‌ଆଇ ଅଫିସ୍‌ରେ ପଶି ବାଲିମାଫିଆ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାରେ ପୋଲିସ ଗୁରୁବାର ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ମଞ୍ଜୁରିରୋଡ଼ ଫାଣ୍ଡି ଅଧୀନ ଖପୁରିଆପଦା ଗ୍ରାମର ଦଶରଥ ଦଳେଇ। ତେବେ ଏହି ଘଟଣାରେ ଦଶରଥଙ୍କୁ ମିଶାଇ ମୋଟ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି।