ଅତିରିକ୍ତ ସଚିବଙ୍କ ସ୍ବାଭିମାନ ଅଞ୍ଚଳ ଗସ୍ତ

ଚିତ୍ରକୋଣ୍ଡା,୧ା୬(ଡି.ଏନ.ଏ.)-ସୋମବାର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳ ଅତିରିକ୍ତ ସଚିବ ତଥା ନୋଡାଲ ଅଫିସର ରସିଦ ଖାନ ଗସ୍ତ କରି ଫେରିଛନ୍ତି। ତାଙ୍କ ସହ ପିଡି ବାଳ ମୁକୁନ୍ଦ ଭୂୟାଁ, ବିଡ଼ିଓ ଲରିମନ ଖରସେଲ, ତହସିଲଦାର ଟି.ପଦ୍ମନାଭ ଦୋରା, ସହାୟକ ଯନ୍ତ୍ରୀ ମନୋଜ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ଶିବାଶିଷ ଉପସ୍ଥିତ ବିଶ୍ୱାସ ଉପସ୍ଥିତ ଥିଲେ। ସଚିବ ଖାନ୍‌ ବଡପଦର ଗ୍ରାମକୁ ଯାଇ ସେଠାରେ ଏମଜିଏନଆରଇଜିଏସ କାମ ଦେଖିଥିଲେ। ଏଥିସହ ସେ ବ୍ଲକ ସ୍ତରରେ କୋଭିଡ଼-୧୯ର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ପରେ ସେ ମାଲକାନଗିରି ଫେରି ଯାଇଥିଲେ।