Categories: ଖେଳ

ଅତୁଲ ଜିତିଲେ ମଶଲ୍‌ ମାନିଆ ଏସିଆନ୍‌ ଟାଇଟଲ୍‌

କଟକ ଅଫିସ, ୧୮।୧୨- ସିଙ୍ଗାପୁରଠାରେ ଅନୁଷ୍ଠିତ ମଶଲ ମାନିଆ(ଜୁନିୟର ବର୍ଗ) ଏସିଆନ ଚାମ୍ପିୟନଶିପର ଟାଇଟଲ୍‌ ଜିତିଛନ୍ତି ଓଡ଼ିଶାର ଅତୁଲ କର୍ମକାର। ଏହି ସଫଳତା ସହ ଅତୁଲ ରାଜ୍ୟ ତଥା ଦେଶ ନିମନ୍ତେ ଗୌରବ ଆଣିଛନ୍ତି। ଅତୁଲ ଗତ ବର୍ଷ ଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଥିବା ମଶଲ୍‌ ମାନିଆ ଫିଜିକ୍‌ ଇଣ୍ଡିଆ ସର୍ବଭାରତୀୟ ପ୍ରତିଯୋଗିତାରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ମଧ୍ୟ ଚାମ୍ପିୟନ ହୋଇଥିଲେ। ଅତୁଲଙ୍କ ଘର କଟକ କାଳୀଗଳିରେ ଥିବା ଗଣେଶ ମନ୍ଦିର ଲେନ୍‌ରେ। ପିତା ଦିଲୀପ କର୍ମକାର ଓ ମା ମୁନ୍‌ମୁନ୍‌ କର୍ମକାରଙ୍କ ପୁଅ ଅତୁଲଙ୍କୁ ୨୦ବର୍ଷ ବୟସ। ଏବେ ସେ ଭୁବନେଶ୍ୱରର କିଟ୍‌ ବିଶ୍ୱବିଦ୍ୟାଳୟରେ ବିବିଏ ପଢ଼ୁଛନ୍ତି।

Share