ଅତ୍ୟଧିକ ପରଫ୍ୟୁମ୍‌ ବ୍ୟବହାର କରୁଛନ୍ତି କି? ଶରୀରରେ ହୋଇଥାଏ ଏହି କ୍ଷତି

ସାଧାରଣତଃ ଖରାଦିନେ ଅଧିକାଂଶ ଲୋକ ପରଫ୍ୟୁମ୍‌ ବ୍ୟବହାର କରିଥାନ୍ତି। ଏହା ଶରୀରରୁ ଝାଳ ଗନ୍ଧ ଦୂର କରେ ସତ କିନ୍ତୁ ଅତ୍ୟଧିକ ପରଫ୍ୟୁମ୍‌ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ ଅଧିକ ପରଫ୍ୟୁମ୍‌ ବ୍ୟବହାର କଲେ କ’ଣ କ୍ଷତି ହୁଏ।

– ପରଫ୍ୟୁମ୍‌ରେ କେମିକାଲ ମିଶିଥାଏ। ଫଳରେ ଏହା ତ୍ୱଚା ଉପରେ କୁପ୍ରଭାବ ପକାଇବା ସହ ଜଳାପୋଡ଼ା ହୋଇଥାଏ।

– ଖାଲି ଏତିକି ନୁହେଁ, ଏଥିରେ ମିଶିଥିବା ଆଲକହଲ ତ୍ୱଚା ପ୍ରତି ମଧ୍ୟ ହାନିକାରକ। ପ୍ରାକୃତିକ ତ୍ୱଚାକୁ ନଷ୍ଟ କରି ଦେଇଥାଏ।

– ଅନେକ ସମୟରେ ପରଫ୍ୟୁମ୍‌ ବ୍ୟବହାର ଯୋଗୁ ସେହି ସ୍ଥାନ କୁଣ୍ଡେଇ ହୋଇ ଫଳି ଯାଇଥାଏ। ବେଳେବେଳେ ଏହି ଜାଗାରେ ଘା’ ମଧ୍ୟ ସୃଷ୍ଟି ହୋଇଥାଏ।

– ହରମୋନ୍‌ଙ୍କୁ ମଧ୍ୟ ପ୍ରଭାବିତ କରିଥାଏ। ତେଣୁ ପରଫ୍ୟୁମ୍‌ ବ୍ୟବହାର କରୁଥିଲେ ଆବଶ୍ୟକତାଠାରୁ ଅଧିକ ବ୍ୟବହାର କରନ୍ତୁ ନାହିଁ।