ଅତ୍ୟାବଶ୍ୟକ ଦ୍ରବ୍ୟ ଅଧିନିୟମ: ମାସ୍କ୍‌-ସାନିଟାଇଜର ଅଧିକ ଦାମରେ ବିକିଲେ ଜେଲଦଣ୍ଡ

ନୂଆଦିଲ୍ଲୀ,୨୧।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପି ଅତ୍ୟାବଶ୍ୟକ ଦ୍ରବ୍ୟ ଅଧିନିୟମ-୧୯୫୫ ଜାରି କରାଯାଇଛି। ଏହି ଅଧିନିୟମ ଅନ୍ତର୍ଗତ ଅତ୍ୟାବଶ୍ୟକ ଦ୍ରବ୍ୟ ଅଧିକ ଦାମରେ ବିକିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲଦଣ୍ଡାଦେଶ କରାଯିବାର ବ୍ୟବସ୍ଥା ରହିଛି। ଦେଶରେ କରୋନା ସଂକ୍ରମଣର ମୁକାବିଲା ଲାଗି ମାସ୍କ୍‌ ଓ ସାନିଟାଇଜର ଅଧିକ ଦାମରେ ବିକିଲେ ଏହି ଅଧିନିୟମ ଅନୁସାରେ ଦଣ୍ଡାଦେଶ କରାଯିବ। ଆଗାମୀ ଜୁନ୍‌ ୩୦ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। କରୋନାଠାରୁ ଦୂରେଇ ରହିବା ଲାଗି ମାସ୍କ୍‌ ଓ ସାନିଟାଇଜରକୁ ଅତ୍ୟାବଶ୍ୟକ ଦ୍ରବ୍ୟ ଭାବେ ସରକାର ଘୋଷଣା କରିଛନ୍ତି।

Share