ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ପ୍ରଶାସନର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ

ବନ୍ତ,୨୭।୪(ଡି.ଏନ୍‌.ଏ.)-ଭଦ୍ରକ ଜିଲାରେ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ରାଜ୍ୟ ସରକାର ଭଦ୍ରକ ଜିଲାକୁ ୬୦ ଘଣ୍ଟା ପାଇଁ ସଟ୍‌ ଡାଉନ୍‌ ଘୋଷଣା କରିଥିଲେ। ଏହି ସଟ୍‌ ଡାଉନକୁ ଭଦ୍ରକ ଜିଲା ବନ୍ତ ବ୍ଲକର ସମସ୍ତ ଜନସାଧାରଣ ସ୍ବାଗତ କରିବା ସହିତ ଶୃଙ୍ଖଳାର ସହ ପାଳନ କରିଥିଲେ। ଦୀର୍ଘ ୬୦ ଘଣ୍ଟା ପରେ ସାଧାରଣ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବଜାରକୁ ବାହାରି ଥିବା ବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏପରିକି କୌଣସି ରୋଗୀଙ୍କୁ ମଧ୍ୟ ଏଥିରୁ ବାଦ ଦିଆଯାଇ ନ ଥିଲା। ପ୍ରଶାସନର ଏଭଳି ମାତ୍ରାଧିକ କାର୍ଯ୍ୟକୁ ସାଧାରଣଲୋକେ ନାପସନ୍ଦ କରିଛନ୍ତି ।