ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ସାମାଜିକ ଦୂରତା ପାଇଁ ପଦକ୍ଷେପ

ସମ୍ବଲପୁର,୨୬।୩(ବ୍ୟୁରୋ): କରୋନା ମୁକାବିଲା ନେଇ ସମ୍ବଲପୁର ମହାନଗର ନିଗମ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଗୁରୁବାର ସକାଳେ ପନିପରିବା ବଜାର ଯେମିତି ଗୋଲବଜାର, ବୈଦ୍ୟନାଥ ଛକ, କମଳିବଜାର, ଅଇଁଠାପାଲି, ଧନୁପାଲି, ଗୋବିନ୍ଦତୋଲା, ଫାୟାରଷ୍ଟେଶନ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ସାମାଜିକ ଦୂରତା ବଜାୟ ରଖିବା ପାଇଁ ଦୋକାନ ସମ୍ମୁଖରେ ଗୋଲ ଚିହ୍ନ ଦେଇ ଗ୍ରାହକମାନଙ୍କୁ ଛିଡା ହେବାକୁ କୁହାଯାଇଥିଲା। ଗ୍ରାହକମାନେ ମଧ୍ୟ ଦୂରରେ ଛିଡ଼ା ହୋଇ ଅତ୍ୟାବଶ୍ୟକ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଥିଲା ।

Share