ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ନ କରିବାକୁ ଟ୍ରମ୍ପ୍‌ଙ୍କ ଆହ୍ବାନ

ଓ୍ବାଶିଂଟନ,୧୭।୩(ପି.ଟି.): ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୦ ଟପିଥିବାବେଳେ ସେଠାରେ ତେଜରାତି ଓ ଅନ୍ୟାନ୍ୟ ସାମଗ୍ରୀ ଆଗକୁ ନ ମିଳିବା ଆଶଙ୍କାରେ ଲୋକେ ତାହାକୁ ଗଚ୍ଛିତ କରି ରଖୁଥିବା ଜଣାପଡିଛି। ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ନ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଦେଶରେ ଦୈନନ୍ଦିନ ଆବଶ୍ୟକତା ପାଇଁ ସାମଗ୍ରୀର ଅଭାବ ନାହିଁ ବୋଲି ସେ କହିଛନ୍ତି। ରବିବାର ବିଭିନ୍ନ ଖବରକାଗଜ ଓ ନ୍ୟୁଜ୍‌ ଚ୍ୟାନେଲରେ ପ୍ରକାଶିତ ଫଟୋରେ ବିଭିନ୍ନ ତେଜରାତି ଦୋକାନରେ ସାମଗ୍ରୀ ସବୁ ଖାଲିହୋଇଯାଇଥିବା ଦେଖିବାକୁ ମିଳିଛି। ୟୁରୋପୀୟ ଦେଶ ଇଟାଲୀ, ସ୍ପେନ୍‌ରେ ଦୋକାନ ବଜାର ବନ୍ଦ ହୋଇଯାଇଛି। ଏହାର ପ୍ରଭାବ ଆମେରିକୀୟଙ୍କ ଉପରେ ପଡ଼ିଥିବା ଦେଖାଯାଇଛି।

Share