Categories: ଜାତୀୟ

ଅଦନାନ ସାମୀଙ୍କ ନାଗରିକତାକୁ ନେଇ ପ୍ରଶ୍ନ ଉଠାଇଲେ ମାୟାବତୀ

ଲକ୍ଷ୍ନୌ,୨୮।୧: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ମାୟାବତୀ ମଙ୍ଗଳବାର ପାକିସ୍ତାନର ମୂଳ ବାସିନ୍ଦା ଗାୟକ ଅଦନାନ ସାମୀଙ୍କ ନାଗରିକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମାୟାବତୀ କହିଛନ୍ତି ଯଦି କେନ୍ଦ୍ର ସରକାର ଅଦନାନଙ୍କୁ ଭାରତୀୟ ନାଗରିକତା ଓ ପଦ୍ମଶ୍ରୀ ଦେଇପାରୁଛନ୍ତି ତେବେ ଅନ୍ୟ ମୁସଲମାନ ଯେଉଁମାନେ ହିଂସାର ଶିକାର ହେଉଛନ୍ତି ସେମାନଙ୍କୁ କାହିଁକି ଦେଇପାରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ମାୟାବତୀ କେନ୍ଦ୍ର ସରକାରଙ୍କୁ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ପୁଣିଥରେ ବିଚାର କରିବାକୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ଅଦନାନ ସାମୀଙ୍କୁ ଭାରତର ନାଗରିକତା ଦିଆଯିବା ପରେ ଏବେ ଏହାକୁ ନେଇ ବିରୋଧୀ ମଧ୍ୟ ପ୍ରଶ୍ନ କରିଛି।

Share