ଅଦରକାରୀ ପାର୍ଟସ୍‌ରୁ ବାଇକ୍‌: ଦାମ୍‌ ୨ହଜାର, ୫ଟଙ୍କାରେ ୫୦କିଲୋମିଟର ଯିବ

ସୁରଟ:ପରିବେଶ ପ୍ରଦୂଷଣ ବୃଦ୍ଧିପାଉଛି। ଆଗକୁ ଏକ ଭଲ ପରିବେଶ ମିଳିବ କି ନାହିଁ ତାହା କହିହେବନି। ଅନ୍ୟପକ୍ଷରେ ପେଟ୍ରୋଲ କିମ୍ବା ଡିଜେଲ ଦାମ୍‌କୁ ଲକ୍ଷ୍ୟ କଲେ ବାଇକ୍‌ ଚଲାଇବା ଯୁବପିଢିକୁ କଷ୍ଟକର ହୋଇଯିବ। ଏହି ସମସ୍ୟାର ସହଜ ସମାଧାନ କରିବା ଲାଗି ଆଦିତ୍ୟ କେସରିୟା,ଉଦୟ ରାଣେ ଓ ଜୟ ସୋଲାଙ୍କି ନିର୍ମାଣ କରିଛନ୍ତି ଗୋ-କାର୍ଟ ବାଇକ। ଏହା ପାଇଁ ଜୈବ ଇନ୍ଧନ ବି ଦରକାର ପଡିବନି । ଗୋ-କାର୍ଟ ଚାଲିବ ବିଦ୍ୟୁତ୍‌ରେ । ଏଣୁ ପରିବେଶ ପ୍ରଦୂଷଣ ହେବନି।
ଗୋ-କାର୍ଟ ବାଇକ ନିର୍ମାଣ କରିବା ପାଇଁ ବର୍ଜ୍ୟବସ୍ତୁ ଭାବେ ପଡିରହିଥିବା ବାଇକ୍‌ ପାର୍ଟସ୍‌କୁ ବ୍ୟବହାର କରାଯାଇଛି। ପଛ ଟାୟାରରେ ବିଏଲ୍‌ଡିସିି ମୋଟର ଖଞ୍ଜାଯାଇଛି । ଏହି ମୋଟରକୁ ପାଓ୍ବାର ଯୋଗାଇ ଦେବା ପାଇଁ ୪୮ ଭୋଲ୍ଟର ଲିଥିୟମ ଆଇରନ୍‌ ବ୍ୟାଟେରି ଲଗାଯାଇଛି। ଏହା ଚାର୍ଜ ହେବାକୁ ପୂରା ଘଣ୍ଟାଏ ଲାଗୁଛି। ଏହି ବାଇକରେ ଝଟକା ନଲାଗିବା ପାଇଁ ଶକ୍‌ଆବଜର୍ବର ଲାଗାଯାଇଛି। ଏହାର ସ୍ପିଡ୍‌ କମ୍‌ ବେଶି କରିହେବ। ମାତ୍ର ୫ଟଙ୍କାରେ ୫୦ କିଲୋମିଟର ଏହା ପହଞ୍ଚତ୍ୟାଇପାରିବ। ଗୋ-କାର୍ଟ ବାଇକରେ ୧୨୦ କେଜି ଓଜନର ବ୍ୟକ୍ତି ବସିପାରିବେ । ଏଥିରେ ଇଞ୍ଜିନ ନଥିବାରୁ କୌଣସି ମେକାନିକାଲ ଖର୍ଚ୍ଚ ହେବନାହିଁ। ଏହାକୁ ନିର୍ମାଣ କରିବାକୁ ୨ ହଜାର ଟଙ୍କା ଖର୍ଚ୍ଚ ହେଉଛି ବୋଲି କହନ୍ତି ଆଦିତ୍ୟ କେସରିୟା। ଆଗକୁ ନୁହେଁ, ଗୋ-କାର୍ଟ ବାଇକ ବି ପଛକୁ ଚାଲିପାରିବ।

Share