ଅଦରକାରୀ ପାର୍ଟସ୍‌ରେ ଦିବ୍ୟାଙ୍ଗ ତିଆରି କଲେ ଇ-ବାଇକ୍‌

ସୁରଟ୍‌: ଦୃଢ଼ ଇଚ୍ଛାଶକ୍ତି ଆଗକୁ ବାଟ କଢାଇନିଏ ଯାହା ହୋଇଛି ବିଷ୍ଣୁ ପଟେଲଙ୍କ କ୍ଷେତ୍ରରେ। ଗୁଜରାଟର ସୁରଟ୍‌ ନିବାସୀ ବିଷ୍ଣୁ ଜଣେ ଦିବ୍ୟାଙ୍ଗ। ବୟସ ୬୦ ବର୍ଷ। ପିଲାବେଳୁ ସେ ପୋଲିଓରେ ଆକ୍ରାନ୍ତ ହେବା ପରେ ଚାଲି ପାରୁନାହାନ୍ତି। ବେଶି ପଢି ନାହାନ୍ତି । ଭଲ ଭାବେ ବି ଶୁଣିପାରନ୍ତିନି। କିନ୍ତୁ କୌଣସି ପ୍ରଶିକ୍ଷଣ ନ ନେଇ ନିଜସ୍ବ ଜ୍ଞାନକୌଶଳ ଉପଯୋଗ କରି ସେ ତିଆରି କରିଛନ୍ତି ଇ-ବାଇକ। ଏଥିରେ ପୁରୁଣା ମୋଟର ସାଇକେଲ ପାର୍ଟସ୍‌ , ଲାପ୍‌ଟପ୍‌ ଓ ମୋବାଇଲ ବ୍ୟାଟେରି ବ୍ୟବହାର କରିଛନ୍ତି। ବିଷ୍ଣୁଙ୍କ ଏହି ସଫଳତାକୁୁ ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ପ୍ରଶଂସା କରିବା ସହ ଏଥିଲାଗି ୧ କୋଟି ଟଙ୍କାର ଫଣ୍ଡ୍‌ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ବିଷ୍ଣୁ ଏକ ଛୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରନ୍ତି। ଏହା ଭିତରୁ ସମୟ ବାହାର କରି ସେ ଇ- ବାଇକ ତିଆରି କରିଛନ୍ତି। ଆନନ୍ଦ ମହିନ୍ଦ୍ରା ସାହାଯ୍ୟ ଘୋଷଣା କରିବାପରେ ସେ ଅଧିକ ଇ- ବାଇକ ନିର୍ମାଣ କରିବାକୁ ଆଶାବାନ୍ଧିଛନ୍ତି। ଏହାପରେ ସୌରଶକ୍ତି ଉପଯୋଗ କରି ବାଇକ୍‌ ନିର୍ମାଣ କରିବେ ବୋଲି କହିଛନ୍ତି ବିଷ୍ଣୁ।

Share