Advertisement

ଅଦାରସରେ ରହିଛି ବହୁ ଔଷଧିୟ ଗୁଣ

ସାଧାରଣତଃ ଚା’ରେ ଅଦାର ବ୍ୟବହାର କରାଯାଇଥାଏ। ମାତ୍ର ଅଦାରେ ବହୁ ଔଷଧିୟ ଗୁଣ ଭରି ରହିଛି। ଏଥିରେ ଆଣ୍ଟି ଇମ୍ଫ୍ଲେମେଟ୍ରି ଏବଂ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି, ଯାହା ଥଣ୍ଡାଜ୍ୱର ଭଲ କରିଥାଏ। ଆସନ୍ତୁ ଜାଣିବା ଅଦାରସ ପିଇଲେ କ’ଣ ସବୁ ଲାଭ ମିଳିଥାଏ।
ସକାଳୁ ଖାଲିପେଟରେ ଅଦାରସ ପିଇଲେ ଦିନସାରା ସତେଜ ଲାଗିବା ସହ ପାଚନକ୍ରିୟା ସଠିକ୍‌ ଭାବେ ହୋଇଥାଏ। ନିୟମିତ ଭାବରେ ଅଦାରସ ପିଇଲେ ଶରୀରରେ ରକ୍ତ ଶର୍କରା ନିୟନ୍ତ୍ରିତ ହୋଇଥାଏ। ଫଳରେ ଡାଇବେଟିସ୍‌ ହେବାର କମ୍‌ ଆଶଙ୍କା ଥାଏ। ତ୍ୱଚା ଏବଂ କେଶ ପାଇଁ ମଧ୍ୟ ଲାଭଦାୟକ। ଅଦାରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଯୋଗୁ କ୍ୟାନ୍‌ସର, ହାର୍ଟ ସମ୍ବନ୍ଧୀୟ ରୋଗ ଆଦି ହେବା ସମ୍ଭାବନା କମ୍‌ ଥାଏ। ବ୍ୟାୟାମ ସମୟରେ ମାଂସପେଶୀରେ ହୋଇଥିବା ଦରଜରୁ ଅଦାରସ ଆରାମ ଦେଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel