Advertisement

ଅଦିନିଆ ବର୍ଷା: ଚାଷୀ ଆତଙ୍କିତ

ସରଣ୍ଡା,୨୫।୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ସରଣ୍ଡାରେ ମଙ୍ଗଳବାର ସକାଳୁ ବର୍ଷା ଲାଗି ରହିଛି। ସୋମବାର ମଧ୍ୟ ଦିନତମାମ ବର୍ଷା ଲାଗି ରହିଥିବା ଯୋଗୁ ସାଧାରଣ ଜୀବନ ଯାପନ ବାଧାପ୍ରାପ୍ତ ହୋଇଛି। ଅଦିନିଆ ବର୍ଷା ଲାଗି ବିଲାତି ବାଇଗଣ, ଫୁଲକୋବି, ପୋଟଳ, ବାଇଗଣ, ବନ୍ଧାକୋବି ଆଦି ପନିପରିବା ଲଗାଇଥିବା ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଧାନରେ ରୋଗପୋକ ଆଶଙ୍କା କରି ଚାଷୀ ଆତଙ୍କିତ ହୋଇଛନ୍ତି। ପ୍ରବଳ ବର୍ଷା ସହ ପବନର ବେଗ ବଢ଼ୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।
ଏ ନେଇ ଜିଲା ପ୍ରଶାସନ ସଜାଗ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share