ଅଦିନିଆ ରଥଯାତ୍ରାକୁ ନେଇ ଥାନାରେ ଏତଲା

ପୁରୀ ଅଫିସ,୩।୨: ବମ୍ବେରେ ଇସ୍କନ ପକ୍ଷରୁ ଅନୁଷ୍ଠିତ ଅଦିନିଆ ରଥଯାତ୍ରାକୁ ନେଇ ପ୍ରତିବାଦ ତେଜିବାରେ ଲାଗିଛି। ଏହା ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରଭୁଙ୍କ ପ୍ରତି ଘୋର ଅପମାନ। ବାରମ୍ବାର ଇସ୍କନ ଏଭଳି ଆଚରଣ ଦେଖାଇ ବିଧି ପରମ୍ପରାକୁ ବେଖାତିର କରୁଥିବାରୁ ଶ୍ରୀମନ୍ଦିର ସେବାୟତ, ଭକ୍ତ, ବୁଦ୍ଧିଜୀବୀ, ଗବେଷକଙ୍କ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି । ଏ ନେଇ ସୋମବାର  ସିଂହଦ୍ୱାର ଥାନାରେ ଏତଲା ଦେଇଛି ଶ୍ରୀଜଗନ୍ନାଥ ଭକ୍ତ ପରିଷଦ । ପରିଷଦର ଆବାହକ ସୂର୍ଯ୍ୟନାରାୟଣ ରଥ, ଅନ୍ୟ କର୍ମକର୍ତ୍ତା ବମ୍ବେ ଇସ୍କନ ଅଧିକାରୀ ମଙ୍ଗଳପ୍ରଭୁ ଦାସଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି । ଏହାସହ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ନିବେଦନ କରିଛନ୍ତି ।

Share