ଅଦ୍ଭୁତ ଶିଶୁ: ୨ ମୁଣ୍ଡ, ୩ ହାତ; ଡାକ୍ତର ଦେଖି ହେଲେ ଆଶ୍ଚର୍ଯ୍ୟ

ଭୋପାଳ,୨୫।୧୧: ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ହସ୍ପିଟାଲରେ ଜଣେ ଅଦ୍ଭୁତ ଶିଶୁ ଜନ୍ମ ନେଇଛନ୍ତି। ଯାହାର ୨ଟି ମୁଣ୍ଡ ଏବଂ ୩ଟି ହାତ। ଶିଶୁଟିକୁ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ଏବେ ଜନ୍ମିତ ଶିଶୁ ଏବଂ ମା’କୁ ଆଇସିୟୁରେ ରଖାଯାଇଛି। ସୂଚନାଯୋଗ୍ୟ, ରବିବାର ଗଞ୍ଜର ବାସୌଦା ଅଞ୍ଚଳରେ ୨୧ ବର୍ଷୀୟା ବବିତା ଅହିରଓ୍ବାର ଏହି ଶିଶୁଟିକୁ ଜନ୍ମ ଦେଇଛନ୍ତି। ଏଭଳି ଶିଶୁ ବଞ୍ଚି ସାଧାରଣ ଜୀବନଯାପନ କରିବା ଅତ୍ୟନ୍ତ କଷ୍ଟ। ବବିତାଙ୍କ ବିବାହ ଦୁଇବର୍ଷ ପୂର୍ବେ ହୋଇଥିଲା। ଏହା ତାଙ୍କର ପ୍ରଥମ ସନ୍ତାନ। ପ୍ରସବ ପୂର୍ବରୁ ସେନୋଗ୍ରାଫିରେ ବବିତାଙ୍କ ଗର୍ଭରେ ଯାଆଁଳା ଶିଶୁ ଥିବା ଅନୁମାନ କରାଯାଉଥିଲା। ଏଭଳି ଶିଶୁ ଲକ୍ଷେରେ ଗୋଟିଏ ଜନ୍ମ ନିଅନ୍ତି ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି।

Share