Categories: ବାଣିଜ୍ୟ

ଅଦ୍ୟାବଧି ଏଫ୍‌ପିଆଇ କାଢ଼ି ନେଇଛନ୍ତି ୪୧୯୩ କୋଟି

ନୂଆଦିଲ୍ଲୀ,୨୩-୯: ଫରେନ୍‌ ପୋର୍ଟଫୋଲିଓ ଇନ୍‌ଭେଷ୍ଟର(ଏଫ୍‌ପିଆଇ) ବା ବିଦେଶୀ ନିବେଶକ ଦେଶର ଷ୍ଟକ୍‌ ବଜାରରୁ ଶେୟାର ବିକ୍ରି କରି ଅଦ୍ୟାବଧି ୪୧୯୩ କୋଟି ଟଙ୍କା କାଢ଼ି ନେଇଛନ୍ତି। ଡିପୋଜିଟୋରି ତଥ୍ୟରୁ ଜଣାପଡିଛି ଯେ, ଏଫ୍‌ପିଆଇ ୩-୨୦ ମଧ୍ୟରେ ଶେୟାର ବଜାରରୁ ୫୫୭୭.୯୯ କୋଟି ଏବଂ ବଣ୍ଡ ବା ଋଣ ବଜାରରୁ ୧,୩୮୪.୮୧ କୋଟି ଟଙ୍କା କାଢ଼ି ନେଇଛନ୍ତି। ଏଥିପୂର୍ବରୁ ଏଫ୍‌ପିଆଇ ଅଗଷ୍ଟରେ ପୁଞ୍ଜି ବଜାରରୁ ୫୯୨୦.୦୨ କୋଟି ଟଙ୍କା ଉଠାଇ ନେଇଥିଲେ। ଅନ୍ୟପକ୍ଷରେ ଆଇସିଆଇସିଆଇ ସିକ୍ୟୁରିଟିଜ୍‌ର ଏମ୍‌ଡି ତଥା ସିଇଓ ବିଜୟ ଚଣ୍ଡୋକ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଗତ ଶୁକ୍ରବାର ଘୋଷଣା କରାଯାଇଥିବା ଟିକସ ରିହାତି ଧିମା ପଡିଥିବା ନିବେଶ ବଢ଼ାଇବାରେ ସହାୟକ ହେବ। ଏହାଦ୍ୱାରା କମ୍ପାନୀଗୁଡ଼ିକର ଆୟ ବଢ଼ିବ। ସେମାନଙ୍କୁ ମିଳିବାକୁ ଥିବା ଲାଭର ଫାଇଦା ଗ୍ରାହକଙ୍କୁ ଦେବାକୁ ଦାବି ଉଠିବ। ଫଳରେ ଚାହିଦା ବୃଦ୍ଧି ପାଇବ ଏବଂ ଦେଶରେ ପୁନର୍ବାର ଏଫ୍‌ପିଆଇ ନିବେଶ ବଢ଼ିବ।

Share